BREAKING
Loading...
:

ବିକାଶ ବାହନ ପରିଚାଳନା ଓ ବିଭିନ୍ନ ସହାୟତା ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା

 ବିକାଶ ବାହନ ପରିଚାଳନା ଓ ବିଭିନ୍ନ ସହାୟତା ବଣ୍ଟନ ସମ୍ପର୍କରେ ଜିଲ୍ଲାପାଳଙ୍କ ସମୀକ୍ଷା


ରାୟଗଡ (ମଣିଭଦ୍ରା ଖବର) ଜିଲ୍ଲାପାଳଙ୍କ ଦ୍ଵାରା ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେବାକୁ ଥିବା ବିକାଶ ମେଳା ର କର୍ଯ୍ୟନ୍ଵୟନ ବିଷୟ ରେ ଆଲୋଚନା ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉପସ୍ତୁତିରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଉପଲଭଧି ବିଶେଷ କରି ଏକ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବା ଉଦେଶ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭlବରେ କରାଯିବ  l ଆସନ୍ତା ଜୁନ ୧୨ ତାରିଖରୁ ଆସନ୍ତା ଜୁନ ୨୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ବିକାଶ ମେଳା ଆୟୋଜନ କରାଯିବ l ଏହାସହିତ ବିକାଶ ବାହାନା ପ୍ରତ୍ୟେକ ବ୍ଲକରେ ପହଂଚି ଗ୍ରାମ ପଂଚାୟତ ମାନଙ୍କରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମ୍ବନ୍ଧରେ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ l ଏହି ବାହନ ପରିକ୍ରମା ସମୟରେ ସରକାରଙ୍କ ବିଭିନ୍ନ ବିଭାଗର ସହାୟତା, ପ୍ରମାଣ ପାତ୍ର, ଖାଉଟି କାର୍ଡ, ଆଧାର କାର୍ଡ,  ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା,ଜଙ୍ଗଲ ଜମି ପଟ୍ଟା, ମୃତିକା ସ୍ଵାସ୍ତ୍ୟ କାର୍ଡ, ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଏହି ବାହନ ସୂଚlରୁ ପରିଚାଳନା ନିମନ୍ତେ ପରୀଚାଳନା ନିମନ୍ତେ ପ୍ରତ୍ୟେକ ବ୍ଲକରେ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି l  ସେହିପରି  ପୌରାଞ୍ଚଳ ନିମନ୍ତେ ମଧ୍ୟ ବିକାଶ ବାହନ ପରିକ୍ରମା କରିବ l ନିର୍ବାହୀ ଅଧିକାରୀ ମାନଙ୍କ ତତ୍ତ୍ୱlବଧାନରେ ଏହି ବାହନ ପରିକ୍ରମା କରିବ l ବାହାନକୁ ସ୍ୱାଗତ କରିବା ନିମନ୍ତେ କାର୍ଯ୍ୟକ୍ରମ ବିଡ଼ିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଦ୍ୱାରା ବ୍ୟବସ୍ଥା କରାଯିବ l ଏହାସହିତ ବିକାଶ ମେଳରେ ଖାଦ୍ୟ ମେଳା, କ୍ରୀଡା, ବିଭିନ୍ନ ପ୍ରତିଯୋଗିତା, ସବସ୍କୃତିକ କାର୍ଯ୍ୟକ୍ରମ, ବୌଦ୍ଧିକ କର୍ମଶାଳା ଆଦି ଅନୁଷ୍ଠିତ l ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ l ଏହି ସମୀକ୍ଷା ବୈଠରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ବିଡ଼ିଓ ମାନେ ଉପସ୍ଥିତ ଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS