BREAKING
Loading...
:

ଜିରାଙ୍ଗ ସ୍ଥିତ ବୁଦ୍ଧ ମନ୍ଦିର ପରିସର ମଧ୍ୟରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

 ଜିରାଙ୍ଗ ସ୍ଥିତ ବୁଦ୍ଧ ମନ୍ଦିର ପରିସର ମଧ୍ୟରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ । 



ଗଜପତି(ମନୋଜ କୁମାର ପାଢୀ)    ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ସ୍ଥିତ ବୁଦ୍ଧ ମନ୍ଦିର ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି। ଏହାକୁ ମୋହନା ବ୍ଲକ ପକ୍ଷରୁ ବ୍ଲକ ସ୍ତରୀୟ ଯୋଗ ଦିବସ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଆଡମ୍ବର ସହ ଆୟୋଜନ କରିଥିଲେ। ଏହି ଯୋଗ ଶିବିରରେ ସ୍ଥାନୀୟ ଗୁରୁଜୀ ଶ୍ରୀ ପେମା ମଧ୍ୟ ଉପସ୍ଥିତ ଥିଲେ। ଏହି ଶିବିରରେ ବୁଦ୍ଧ ମନ୍ଦିର ପରିସର ମଧ୍ୟରେ ଥିବା ଶିକ୍ଷାର୍ଥୀ, ସ୍ଥାନୀୟ ବାସିନ୍ଦା ଙ୍କ ସହ ବ୍ଲକ ର ସମସ୍ତ କର୍ମଚାରୀ, ଅନ୍ୟ ବିଭାଗ ର ବ୍ଲକ ସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ ପ୍ରମୁଖ ଯୋଗ ଦିବସରେ ଏକତ୍ରିତ ହୋଇଥିବା ବେଳେ ଏହି ଶିବିରରେ ଶପଥ ପାଠ ମଧ୍ୟ କରାଇଥିଲେ। ଉପସ୍ଥିତ ଅଧିକାରୀ ମାନେ ଯୋଗ ଦ୍ଵାରା ଶରୀର ସୁସ୍ଥ ରଖିବା ସଙ୍ଗେ ଅନ୍ୟାନ୍ୟ ରୋଗ ମଧ୍ୟ ଶରୀର କୁ ସ୍ପର୍ଶ କରିପାରିବ ନାହିଁ ବୋଲି ପ୍ରକାଶ କରିଥିଲେ। ଆଜିକା ଦିନରେ ଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ୍ତ ପ୍ରକାଶ କରିଥିଲେ। ଏହି ଦିବସ କୁ ମୋହନା ବ୍ଲକର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂସ୍ଥା ଙ୍କ ସମେତ ଅନେକ ଅନୁଷ୍ଠାନ ମଧ୍ୟ ଆଡମ୍ବର ସହ ଯୋଗ ଦିବସ ପାଳନ କରିଥିଲେ, ସେହିପରି ମୋହନା ବନ ବିଭାଗ କାର୍ଯ୍ୟାଳୟ ଠାରେ ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ, ମହାବିଦ୍ୟାଳୟ ଠାରେ ବିଭାଗୀୟ ମୁଖ୍ୟ ମାନେ ଏହି ଯୋଗ ଦିବସକୁ ନିଜ ନିଜ କର୍ମଚାରୀ ଙ୍କ ସମେତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପାଳନ କରିବା ସହ ଦୈନ୍ୟ ଦିନ ଜୀବନରେ ଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS