BREAKING
Loading...
:

ଡୁକୁରା ଗ୍ରାମପଞ୍ଚାୟତ ରେ ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ । ଚାଷୀ ଭାଇ ଭଉଣୀ ମାନଙ୍କ ସହ କୃଷି ବୈଜ୍ଞାନିକ ମାନଙ୍କ ସିଧସଳଖ ଆଲୋଚନା।

 ଡୁକୁରା ଗ୍ରାମପଞ୍ଚାୟତ ରେ ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ । ଚାଷୀ ଭାଇ ଭଉଣୀ ମାନଙ୍କ ସହ କୃଷି ବୈଜ୍ଞାନିକ ମାନଙ୍କ ସିଧସଳଖ ଆଲୋଚନା।


ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଗ୍ରାମପଞ୍ଚାୟତର ଦୁର୍ଗା ମଣ୍ଡପ ନିକଟରେ କୃଷି ବିଭାଗ ଖୁଣ୍ଟା ଏବଂ ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି, ସରକାରଙ୍କ ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ। ସରକାରୀ ନିର୍ଦ୍ଦେଶ କ୍ରମେ ଏହି କୃଷି ସମ୍ପର୍କ ଅଭିଯାନ ମେ ମାସ ୨୯ ତାରିଖରୁ ଆରମ୍ଭ ହୋଇ ଜୁନ ମାସ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଳାର ସମସ୍ତ ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ହେବ । ଯାହା ଫଳରେ ଗ୍ରାମାଞ୍ଚଳର ଚାଷୀ ଭାଇ ଭଉଣୀ ମାନେ ସିଧସଳଖ କୃଷି ବୈଜ୍ଞାନିକ ମାନଙ୍କ ସହ ସିଧସଳଖ ଚାଷ ସମ୍ବନ୍ଧୀୟ ସୁବିଧା ଅସୁବିଧା ଆଲୋଚନା କରିପାରିବେ। ଚାଷୀ ମାନଙ୍କ ମଧ୍ୟରେ  ଉନ୍ନତ ମାନର ଚାଷସମ୍ବନ୍ଧୀୟ ସଚେତନ,ବୈଷୟିକ ଜ୍ଞାନ ଆହରଣ କରିବା ସହଜ ହୋଇ ପାରିବ । ଚାଷୀ ଭାଇ ଭଉଣୀ ମାନେ ସହଜରେ କିଭଳି ଭାବେ ସରକାରୀ ସାହାଯ୍ୟ ପାଇପାରିବେ ସେଥିପାଇଁ ସେଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଚାଷୀଙ୍କ ହିତରେ କେମିତି ଚାଷୀ ମାନେ କୃଷି କାର୍ଯ୍ୟ କରି ଅଧିକରୁ ଅଧିକ ଲାଭବାନ ହେବେ, ସେହି ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ଏହି ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜିର ଏହି ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀମତୀ ସଂଘମିତ୍ରା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବୈଜ୍ଞାନିକ ଝୁନିଲତା ଭୂୟାଁ, ବୈଜ୍ଞାନିକ ଜ୍ୟୋତି ମିଶ୍ର, ବ୍ଲକ କୃଷି ଅଧିକାରୀ ଶ୍ରୀ ଯଜ୍ଞଦତ୍ତ ସେଠୀ, ସହକାରୀ କୃଷି ଅଧିକାରୀ ଶ୍ରୀ ସିପୁନ ଦାମୁଣ୍ଡିଆ ଏବଂ ମଧୁସ୍ମିତା ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଚାଷୀ ଭାଇ ଭଉଣୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଚାଷୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଏହା ଏକ ଯୁଗାନ୍ତକାରୀ ମହତ ପଦକ୍ଷେପ । ଚାଷୀ ଭାଇ ଭଉଣୀ ମାନଙ୍କ ସଚେତନତା ପାଇଁ ବିକଶିତ କୃଷି ରଥ ମଧ୍ଯ ସାରା ପଞ୍ଚାୟତ ପରିକ୍ରମା କରିଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS