ତୁଳସୀପୁର ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନ ରେ ବ୍ୟତିକ୍ରମ । ବିଜେଡି ଦଳ ପକ୍ଷରୁ ଅଭିଯୋଗ ।
ଚାରିଛକ ନିକଟସ୍ଥ ତୁଳସୀପୁର ପଞ୍ଚାୟତ ରେ ଭତ୍ତା ବଣ୍ଟନ ସହିତ ବିଭିନ୍ନ ପ୍ରକାର ଉନ୍ନୟନ କାର୍ୟ୍ଯରେ ଅନିୟମିତତା ଯୋଗୁଁ ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି ।ସୂଚନା ରୁ ପ୍ରକାଶ ପୁର୍ବ ବିଜେଡି ସରକାର ଥିବା ସମୟରେ ଉକ୍ତ ପଞ୍ଚାୟତ ରେ ନିଧିଷ୍ଟ ତାରିଖରେ ଭତ୍ତା ବଣ୍ଟନ ହେଉଥିବା ବେଳେ ବର୍ତ୍ତମାନ ବିଜେପି ସରକାର ସମୟରେ ଏହା ବ୍ୟତିକ୍ରମ ହୋଇ ମନ ଇଚ୍ଛାରେ ଭତ୍ତା ବଣ୍ଟନ କରିଛନ୍ତି ।ଯାହା ଫଳରେ ପଞ୍ଚାୟତ ରେ ଭତ୍ତା ଧାରୀ ମାନେ ଭତ୍ତା ଟଙ୍କା ପାଇବାରେ ଅସୁବିଧାରେ ସମୁଖୀନ ହେଉଛନ୍ତି ବୋଲି ଉକ୍ତ ପଞ୍ଚାୟତ ର ବିଜେଡି ସଭାପତି ଅନିରୁଦ୍ଧ ତ୍ରିପାଠୀ କହିଛନ୍ତି । ତାହା ସହିତ ପଞ୍ଚାୟତ ରେ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ଠିକ ଭାବେ ହେଉନାହିଁ ବୋଲି ବିଜେଡି କର୍ମୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ପଦ୍ମନାଭ ବାରିକ ଅଭିଯୋଗ କରିଛନ୍ତି ।ତୁରନ୍ତ ନିଧିଷ୍ଟ ତାରିଖରେ ଭତ୍ତା ଟଙ୍କା ବଣ୍ଟନ କରିବା ସହିତ ଉନ୍ନୟନ କାର୍ଯ୍ୟ ସୂଚାରୁରୂପେ କରିବା ପାଇଁ ପଞ୍ଚାୟତ ବିଜେଡି ଦଳ ପକ୍ଷରୁ ଉକ୍ତ ପଞ୍ଚାୟତ ର ପଞ୍ଚାୟତ କାର୍ୟ୍ଯ ନିର୍ବାହୀ ଅଧିକାରୀ ପୁଷ୍ପକାନ୍ତ ଦାସଙ୍କ ପାଖରେ ଦାବି ପ୍ରସ୍ତାବ ଦେଇଛନ୍ତି । ଅଭିଯୋଗ ଶୁଣିବା ପରେ ଉକ୍ତ ପଞ୍ଚାୟତ ଅଧିକାରୀ ବିଡ଼ିଓ କୁ ଜଣାଇ ସମାଧାନ କରି ଭତ୍ତା ବଣ୍ଟନ କରିବେ ବୋଲି କହିଛନ୍ତି । ଏହି ଅଭିଯୋଗ କାର୍ଯ୍ୟକ୍ରମ ବେଳେ ନୃସିଂହ ଓଝା ,ହରେକୃଷ୍ଣ ସାହୁ ସହିତ ୨୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment