BREAKING
Loading...
:

ଓଡିଶା ସାମ୍ବାଦିକ ସଂଘର ସାଧାରଣ ବୈଠକ

 ଓଡିଶା ସାମ୍ବାଦିକ ସଂଘର ସାଧାରଣ ବୈଠକ 

ଗଞ୍ଜାମ (ମଣିଭଦ୍ରା ଖବର)   ଗଞ୍ଜାମ ଜିଲ୍ଲା ଓଡିଶା ସମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଶ୍ୟାମଳେଇ ପୀଠ ପ୍ରାଙ୍ଗଣରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥିଭାବେ ପୂର୍ବତନ ରାଜ୍ୟ ସଭାପତି ତଥା ରାଜ୍ୟ ମୁଖ୍ୟ ପରାମର୍ଦାତା ଅଶୋକ କୁମାର ନନ୍ଦ ଯୋଗଦେଇ ସଙ୍ଘର ଇତିହାସ ଓ ସଂଘଠନିକ ବ୍ୟବସ୍ଥା ସମ୍ପର୍କରେ ମତ ପ୍ରକାଶ କରିଥିଲେ l ଉପସଭାପତି ଡି. ଜ୍ୟୋତି ରଞ୍ଜନ ଆଚାରୀ ସଂଯୋଜନା କରିଥିଲେ l ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ

ପ୍ରସନ୍ନ କୁମାର ଦାଶ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଉପସଭାପତି ସରୋଜ କୁମାର ମହାନ୍ତି, ପ୍ରଶାନ୍ତ କୁମାର ମହାରଣା,  ଜିଲ୍ଲା  ସମ୍ପାଦକ ଶିବ ପ୍ରସାଦ ସାହୁ କୋଷାଧକ୍ଷ ଭାସ୍କର ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ l ସାମ୍ବାଦିକ  ସୁରକ୍ଷା ଆଇନ ଓ ପୂର୍ବରୁ ଦାବୀ ହୋଇ ଆସୁଥିବା ରାଜ୍ୟରେ ସାମ୍ବାଦିକ ମାନଙ୍କ ପାଇଁ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ନେଇ ସରକାର ପଦକ୍ଷେପ ନେବାକୁ ଦାବୀ କରିବା ସହ ଜିଲ୍ଲାରେ ସଂଗଠନ ସୁଦୃଢ ନେଇ  ଜିଲ୍ଲା କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଥିଲେ l  

 ସରୋଜ ସାମାଲ,   ହରପ୍ରସାଦ ପାଢୀ,ସୂର୍ଯ୍ୟ ନାରାୟଣ ପାଣିଗ୍ରାହି,ପ୍ରଶାନ୍ତ ମହାରଣା, ବିଭୁତି ଭୂଷଣ ତ୍ରିପାଠୀ, ସନ୍ତୋଷ ସାହୁ, ବିଦ୍ୟାଧର ସାହୁ, ନୀଳାଞ୍ଚଳ ସେନାପତି, ବନବାସୀ ସେଠି, ଅରୁଣ କୁମାର ଗୌଡ଼,ବଟକୃଷ୍ଣ ରାଉଳ, ନିରଞ୍ଜନ ପରିଡା, କେ. ରଜନୀକାନ୍ତ 

ରେଡି, ପ୍ରଦୀପ ସାହୁ, ରବିନ୍ଦ୍ର ସାହୁ, ଏନ. ରାଜେନ୍ଦ୍ର,ପ୍ରଶାନ୍ତ କୁମାର ମିଶ୍ର, ସରୋଜ ପଟନାୟକ, ଅଶ୍ୱିନୀ ମହାନ୍ତି,ଦିଲ୍ଲୀପ କୁମାର ଖାଡ଼ଙ୍ଗା, ପ୍ରଦୀପ କୁମାର ସାହୁ,ଭଜହରି ବାଡତ୍ୟା ପ୍ରମୁଖ ଙ୍କ ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଙ୍ଘ ର ସଦସ୍ୟ ମାନେ ଯୋଗଦେଇ ନିଜ ନିଜ ର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ l ଆସନ୍ତା ଅଗଷ୍ଟ ମାସରେ ଜିଲ୍ଲା କାର୍ଯ୍ୟକାରିଣି ବୈଠକ ବ୍ରହ୍ମପୁରେ ଆୟୋଜନ ପାଇଁ ସର୍ବ ସମ୍ମତିକ୍ରମେ ସ୍ଥିର କରାଯାଇଥିଲା l ପରିଶେଷରେ ଜିଲ୍ଲା ସମ୍ପାଦକ ଶିବ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS