BREAKING
Loading...
:

୧୫ ଲିଟର ଦେଶୀମଦ ସହ ବାଇକ ଜବତ ଜଣେ ଗିରଫ

 ୧୫ ଲିଟର ଦେଶୀମଦ ସହ ବାଇକ ଜବତ  ଜଣେ ଗିରଫ  



ଖଣ୍ତପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅବକାରୀ କର୍ମଚାରୀମାନେ ଗୁଣ୍ଠୁଣି ପଞ୍ଚାୟତ ଅଧିନ ଅଁଳାମଡା ଛକରେ ବୁଧବାର ଅଚାନକ ଚଢାଉ କରି ସୁରେଶ ଚନ୍ଦ୍ର  ବରାଡ(୫୬)ଙ୍କ ଠାରୁ ୧୫ ଲିଟର ଦେଶୀମଦ ଜବତ କରିବା ସହ ସେ ବ୍ୟବହାର କରୁଥିବା ଏକ ମଟରସାଇକେଲ କୁ ଜବତ କରିଥିବା ଜଣାଯାଇଛି।ଚୋରାମଦ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ  ଗିରଫ ସୁରେଶର ଘର ନୟାଗଡ ବ୍ଲକ ଅଧିନ ନାଟୁଗାଁ ରେ ବୋଲି ଖଣ୍ଡପଡ଼ା ଅବକାରୀ ବିଭାଗ କାର୍ଯ୍ଯାଳୟ ସୁତ୍ରରୁ ଜଣାପଡିଛି। ଏସଆଇ ଦୀପକ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପ୍ରତ୍ୟୁଷ ରଞ୍ଜନ ଦେହୁରୀ ,ଲକ୍ଷ୍ମୀଧର ବେହେରା, ନୀଳଲୋହିତ ମଲ୍ଲିକ, ଶୁଭଶ୍ରୀ  ପାଣିଗ୍ରାହୀ ପ୍ରମୁଖ ଚଢାଉ ଅଭିଯାନରେ ସାମିଲ ହୋଇଥିଲେ। ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS