ସମବାୟବିତ୍ଙ୍କ ପରଲୋକ
ବୋଲଗଡ଼( ମଣିଭଦ୍ରା ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଡାବରଧୁଆ ପଞ୍ଚାୟତର ବରିଷ୍ଠ ସମବାୟବିତ୍ ଗୟାଧର ମହାପାତ୍ରଙ୍କ(୭୦) ପରଲୋକ ଘଟିଛି । ସ୍ୱର୍ଗତ ମହାପାତ୍ର ନିଜର ସମବାୟ କାର୍ଯ୍ୟ ସମୟରେ ଚାଷୀମାନଙ୍କ ସୁଖଦୁଃଖରେ ସଂପୃକ୍ତ ରହି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ସେ ଅବସର ପରେ ଗ୍ରାମରେ ବହୁ ସାଂସ୍କୃତିକ ଏବଂ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ରହି ଗ୍ରାମରେ ମୁଖ୍ୟ ପୁରୋଧା ସାଜିଥିଲେ । ସେ ମିଷ୍ଠଭାଷୀ, ସଂସ୍କୃତିପ୍ରେମୀ ଧର୍ମପରାୟଣ ବ୍ୟକ୍ତିତ୍ୱ ବହନ କରୁଥିବା ଜଣେ ଆଦର୍ଶ ବ୍ୟକ୍ତି ଥିଲେ । ସେ ବହୁଦିନ ଧରି ହୃଦଘାତ ସମସ୍ୟାରେ ପିଡିତ ଥାଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ଦୃଦଘାତ ହେବାରୁ ସ୍ଥାନୀୟ ଚିକିତ୍ସାଳୟକୁ ଚିକିତ୍ସାପାଇଁ ଯିବାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ମୃତଶର୍ଯ୍ୟା ନିକଟରେ ପୁତ୍ର , ପୁତ୍ର ବଧୁ, ଝିଅ, ଜୋଇଁ ନାତି, ନାତୁଣୀ ସହିତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗ ଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଏକ ମାତ୍ର ପୁତ୍ର ପପୁ ମହାପାତ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ପରଲୋକରେ ବିଧାୟକ ପ୍ରଦୀପ କୁମାର ସାହୁ, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ଦତ୍ତ, ଡାବରଧୁଆ ସମବାୟର ସଭାପତି ଯୋଗେନ୍ଦ୍ର ଶ୍ରୀଚନ୍ଦନ, ଐତିହାସିକ ରବିନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment