ଗଞ୍ଜେଇ ଜବତ, ଦୁଇ ଗିରଫ
ଗଞ୍ଜାମ, ଛତ୍ରପୁର; ଗଞ୍ଜାମ କଲେକ୍ଟର ଶ୍ରୀଯୁକ୍ତ ଦିବ୍ୟ ଜ୍ୟୋତି ପରିଡାଙ୍କ ଆଦେଶ କ୍ରମେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଛତ୍ରପୁର ରେଞ୍ଜ ଶ୍ରୀଯୁକ୍ତ ବାଳକ ବିଶି ଓ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଓଆଇସି ତେଜସ୍ବିନୀ ପ୍ରଧାନ ଓ ତାଙ୍କର କର୍ମଚାରୀଙ୍କ ମିଳିତ ଚଢାଉରେ ସକାଳେ ଖଲ୍ଲିକୋଟର SH-30 ରାସ୍ତାରେ ଓ କଞ୍ଚଣା ଛକରେ ପୃଥକ ପୃଥକ ଭାବେ ଦୁଇଗୋଟି ଗଞ୍ଜାଇ କେଶ ହୋଇଅଛି ଓ ଏଥିରେ ସର୍ବମୋଟ ୧୪ କିଗ୍ରା ଗଞ୍ଜାଇ ଓ ଏକ ସ୍କୁଟି ଜବତ କରାଯାଇଛି । ଉକ୍ତ କେଶରେ ସମ୍ପୃକ୍ତ ବେଗୁଣିଆପଡାର ନାରାୟଣ ସାହୁ ଓ କୋଦଳାର ମୁଣା ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏତଦ ବ୍ୟତୀତ ଉକ୍ତ ଚଢାଉରେ ଅଙ୍କିତା ମାହାକୁଡ, ଅବକାରୀ ଉପ ନିରୀକ୍ଷକ , ଛତ୍ରପୁର , ଏସ. ପରଶୁରାମ ରେଡ୍ଡୀ , ଅବକାରୀ ସିପାହୀ , ଅନନ୍ତ କନହର , ଅବକାରୀ ସିପାହୀ, ଅଞ୍ଜନ ଦାସ, ଅବକାରୀ ସିପାହୀ, ତୁଟୁ ସାମଲ , ଅବକାରୀ ସିପାହୀ, ମନୋଜ କୁମାର ଲେଙ୍କା , ଅବକାରୀ ସିପାହୀ, ହରିହର ଦାସ, ଅବକାରୀ ସିପାହୀ ସାମିଲ ଥିଲେ । ବର୍ତମାନ, ଓଡିଶା ସରକାରଙ୍କ ଓ ଅବକାରୀ ବିଭାଗର ଆମ ସଂକଳ୍ପ, ନିଶା ନୁହେଁ , ଜୀବନ ଅଭିଯାନ ମେ ୩୧.୦୫.୨୦୨୫ ରୁ ୨୬.୦୬.୨୦୨୫ ପର୍ଯ୍ୟନ୍ତ ଚାଲିଥିବାରୁ ଗଞ୍ଜାଇ କେଶ କରିବା ସହିତ ବେଆଇନ ମଦ ଓ ବିଷାକ୍ତ ମଦରୁ ଜନସାଧାରଣଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ରେ ଏବଂ ସମସ୍ତ ଗ୍ରାମରେ ବିଭିନ୍ନ ପ୍ରୋଗ୍ରାମ ଯଥା ପାଲା, ଦାଶାକାଠିଆ , ଭାରତ ଲୀଳା , ଧୁଡୁକି ଓ ଗହନି କରି ଜନସାଧାରଣଙ୍କୁ ନିଶା ଠାରୁ ଓ ବେଆଇନ ମଦ ଓ ବିଷାକ୍ତ ମଦରୁ ଦୂରେଇ ରହିବା ପାଇଁ ଅବଗତ କରାଯାଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment