BREAKING
Loading...
:

ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ

 ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ 



ଭାପୁର (ବିଭୂତି ମହାପାତ୍ର ) ଭାପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ତଥା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ବୁଧବାର ଦିନ ଦିବ୍ୟସ୍ନାନ ମହାସମାରୋହରେ ପାଳିତ ହୋଇଯାଇଛି। ବୁଧବାର ଦିନ ପୂର୍ବାହ୍ନରେ ମୁଖ୍ୟ ପୁରୋହିତ କେଳୁଚରଣ ନନ୍ଦଙ୍କ ଦ୍ଵାରା ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତୀ ଦିବ୍ୟସ୍ନାନ କରିଛନ୍ତି। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଭାପୁର ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଇଛି। ବଡ଼ ଠାକୁର ବଳଭଦ୍ର ୩୩ ଗରା, ସୁଭଦ୍ରା ୨୨ ଗରା, କାଳିଆ ଠାକୁର ୩୫ ଗରା ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଛନ୍ତି। ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହେବା ପରେ ପୂଜକଙ୍କ ଦ୍ୱାରା ଜଳ ବିଜେ ନୀତି କରାଯାଇଥିଲା। ଶେଷରେ ପ୍ରଭୁ ଗଜାନନ ବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଆଜି ଏହି ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଥିଲେ ।

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS