ଉଚ୍ଛେଦ ପାଇଁ ଯାଇ ଆକ୍ରମଣର ଶିକାର ତହସିଲଦାର
ତହସିଲଦାର ଆହତ। ମୟୂରଭଞ୍ଜ ଜିଲ୍ଲା କୁଳିଅଣା ତହସିଲଦାରଙ୍କୁ ପାଣି ବୋତଲରେ ଆକ୍ରମଣ, ସାର୍ଟ ଟାଣି ଛିଡ଼ିବା ସହ ଘୋଷାଡି ଘୋଷାଡି ରାସ୍ତାରେ ଟାଣିବା ଘଟଣା। ଏହା ସହ ଜବର ଦଖଲକାରିଙ୍କ ହଟିଲା ବିକ୍ଷୋଭ। ମୋଟ ପାଞ୍ଚଟି ଘର ଉଛେଦ ହୋଇଛି। କୁଳିଅଣା ତହସିଲଦାରଙ୍କୁ ପାଣି ବୋତଲରେ ଆକ୍ରମଣ, ସାର୍ଟ ଟାଣି ଚିଡ଼ିବା ସହ ଘୋଷାଡି ଘୋଷାଡି ରାସ୍ତାରେ ଟାଣିବା ଘଟଣା। ପୋଲିସ ଉପସ୍ଥିତିରେ ଘଟିଛି ଦୁର୍ଭାଗ୍ୟଜନକ ଘଟଣା। ଘଟଣା ମଧ୍ୟରୁ କୁଳିଅଣା ଥାନା ପର୍ଯ୍ୟନ୍ତ ଛଅ ଶହ ମିଟର ଘୋଷାଡ଼ି ଘୋଷାଡି ନେଲେ ଉତ୍ୟକ୍ତ ଗ୍ରାମବାସୀ। ସେପଟେ ଥାନାରୁ ତହସିଲଦାର ହସ୍ପିଟାଲ୍ ଯାଇ ଡାକ୍ତରଙ୍କ ନେଲେ ପରାମର୍ଶ। ତେବେ ଆକ୍ରମଣରେ ତହସିଲଦାରଙ୍କ ଶରୀରରେ ଆଘାତ ହୋଇଛି। ସେପଟେ କିନ୍ତୁ ଏନେଇ ଥାନରେ ଲିଖିତ ଏତଲା ଦେଇନାହାନ୍ତି। ପୋଲିସ ସହ ଆଲୋଚନା ପରେ ମାମଲା ଦେବେ ବୋଲି ସୂଚନା ଦେଇଛନ୍ତି ତହସିଲଦାର।
ଘଟଣା ଅନୁସାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ କୁଳିଅଣା ବ୍ଲକର ତିତିରି ଅଞ୍ଚଳରେ ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ ନେଇ ଦେଇଥିଲେ ସୂଚନା। ପ୍ରଥମ ପର୍ଯ୍ୟାୟରେ ଭଙ୍ଗା ଯାଇଛି ୫ଟି ଘର। ସରକାରୀ ଜାଗାରେ ଦିର୍ଘବର୍ଷ ଧରି କରିଥିଲେ ୧୩୦ ଘର। ଭଙ୍ଗା ରୁଜ୍ଜାକୁ ନେଇ ବିରୋଧ ସହ ତାତିଥିଲେ ଗ୍ରାମବାସୀ। ନିଆଁ ଜାଳି ବାଉଁଶ ବାନ୍ଧି ଉତ୍ତ୍ୟକ୍ତ ଲୋକଙ୍କ ଦ୍ଵାରା ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।
ଘଟଣାସ୍ଥଳରେ କୁଳିଅଣା ପୋଲିସ ପହଞ୍ଚି ଳୋକଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ତହସିଲଦାରଙ୍କ ଉଛେଦକୁ ବିରୋଧ କରିଥିଲେ ଓ ସାମାନ୍ୟ
କଥାବାର୍ତ୍ତାରୁ ତୁତୁ ମେମେ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାଡ଼ ସହ ଟଣା ଅଟରା କରିଥିଲେ ମହିଳା ଓ ପୁରୁଷ। ତେବେ ଏନେଇ ତହସିଲଦାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ କିମ୍ବା ଥାନାରେ କୌଣସି ଅଭିଯୋଗ କରିନଥିବା ବାରିପଦା ସଦର ପୋଲିସ ଏସଡିପିଓ ପ୍ରଭାତ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ତେବେ ଭୂମିହୀନ ପରିବାରକୁ ବର୍ଷା ଋତୁରେ ଉଚ୍ଛେଦ କରାଗଲେ ପିଲାଛୁଆଙ୍କୁ ଧରି ଏବେ ଆଶ୍ରୟ ନେବେ କୋଉଠି । ତେଣୁ ମାନବିକତା ଦୃଷ୍ଟିରୁ ବର୍ଷା ଋତୁରେ ଏଭଳି ପଦକ୍ଷେପରୁ କ୍ଷାନ୍ତ ରହିବାର ଆବଶ୍ୟକତା ଦେଖାଦେଇଛି । ଅନ୍ୟପଟେ ଉଚ୍ଛେଦ ପୂର୍ବରୁ ଜବରଦଖଲକାରୀ ଭୂମିହୀନ ପରିବାର ଗୁଡ଼ିକୁ ଉପଯୁକ୍ତ ଭାବେ ଥଇଥାନ ପାଇଁ ପ୍ରସ୍ତୁତି ଗ୍ରହଣର ଆବଶ୍ୟକତାକୁ ଉପଲବ୍ଧି ନ କରି ମନମୁଖୀ କାର୍ଯ୍ୟାନୁଷ୍ଠାନର ବିରୋଧ କରିଥିଲେ ବାସିନ୍ଦାମାନେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق