ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ,ଖଣ୍ଡପଡା ବ୍ଲକ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଓଡ଼ିଶା ସରକାର ଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା NAC କଲ୍ୟାଣ ମଣ୍ଡପ ,ଖଣ୍ଡପଡା ଠାରେ ସମୟ ସକାଳ 8 ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ 3 ଘଟିକା ରେ ପରିସମାପ୍ତି ହୋଇଥିଲା । ଏହି କାର୍ଯ୍ୟ କ୍ରମରେ ମାନ୍ୟବର ବିଧାୟକ ଦୁଷ୍ମନ୍ତ ସ୍ୱାଇଁ , ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂ ,ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଉପମା ବେହେରା , ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳା ମହାରଣା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାଡେଶ୍ୱର ଦାସ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କେକୋଟେଶ୍ୱରି ମହିଳା ମହାବିଦ୍ୟାଳୟ ଖଣ୍ଡପଡା ର ଅଧ୍ୟକ୍ଷା ସ୍ମିତା ଶେଫାଳୀ ମହାପାତ୍ର , ବିପିସି ମିଶନ ଶକ୍ତି , ବିପିଏମ୍, ବିଏଲ୍ସି ବିପିଏ ମିଶନ ଶକ୍ତି BLF ସଭାନେତ୍ରୀ ସମସ୍ତ ଏମ୍ବିକେ ସମସ୍ତ ବ୍ଲକ ଷ୍ଟାଫ , ଆଇସିଡ଼ଏସ ଷ୍ଟାଫ ମେଡିକାଲ ଷ୍ଟାଫ ପୋଲିସ ଷ୍ଟାଫ ଅଗ୍ନିବାହିନି ଷ୍ଟାଫ ଉପସ୍ଥିତ ରହି ଥିଲେ . ଉକ୍ତ କାର୍ଯ୍ୟ କ୍ରମରେ 17 ଗୋଟି ଗୋଷ୍ଠୀ ମିଠା ଓ ପିଠା ପ୍ରସ୍ତୁତ କାର୍ଯ୍ୟ କ୍ରମରେ ଭାଗ ନେଇଥିଲେ ଏହି ଗୋଷ୍ଠୀ ମାନଙ୍କ ମଧ୍ୟରୁ ଦୁଇଗୋଟି ଗୋଷ୍ଠୀ ପ୍ରଥମ ଭାବେ ମା ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଖଣ୍ଡପଡ଼ା NAC ରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ସହ ବିଶ୍ଵ ଶ୍ରୀରାମ ସ୍ଵୟଂ ସହାୟକ ଗୋଷ୍ଠୀ , ବଡବାଣପୁର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଦୁଇ ଗୋଷ୍ଠୀ ଖଣ୍ଡପଡ଼ା ବ୍ଲକ ରୁ ଜିଲ୍ଲା ସ୍ତର କୁ ପ୍ରତିନିଧିତ୍ଵ କରିବେ ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment