ସମ୍ବିଧାନ ହତ୍ୟା ଦିବସ ପାଳିତ
ଖଣ୍ଡପଡ଼ା ୨୬/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା , ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସର ମଧ୍ୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଥିଲା ଉକ୍ତ ସଭାରେ ବହୁ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ।୧୯୭୫ ମସିହାରେ ଆଜିର ଦିନରେ
ତତ୍କାଳୀନ ଙ୍କଗ୍ରେସ ପ୍ରଧାନମନ୍ତ୍ରୀ
ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଚିତ ଭାରତ ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାପାଇଁ ସମ୍ବିଧାନ ହତ୍ୟା
ଦିବସ ପାଳନ କରିଥିଲେ। ଆଜକୁ ୫୦ ବର୍ଷ ପୂର୍ବେ ସ୍ବର୍ଗତ
ଇନ୍ଦିରା ଗାନ୍ଧୀ ଜାତୀୟ ଙ୍କଗ୍ରେସ ର ନେତୃତ୍ବାଧିନ ସରକାର ୧୯୭୫ ମସିହା ଜୁନ ୨୫ ତାରିଖ ଦିନ ଦେଶରେ ଜରୁରୀ କାଳୀନ ପରିସ୍ଥିତି(ଏମ୍ରଜେନସି)
ଘୋଷଣା କରିଥିଲେ ଯାହା
ଭାରତୀୟ ଗଣତନ୍ତ୍ର ର ଅମଙ୍ଗଳ ଅଧାୟ ଭାବେ ଚିହ୍ନିତ ହେଇଥିବା ବେଳେ ସମ୍ବିଧାନ ହତ୍ୟା ଭାବେ ପରିଚିତ। ଏହି ଦିନ ଟିକୁ ସମ୍ବିଧାନ ହତ୍ୟା ଦିବସ ରୂପେ ପାଳନ କରାଯାଏ। ଖଣ୍ଡପଡ଼ାସମସ୍ତ ମହାବିଦ୍ୟାଳୟ ପଠାଣି ସାମନ୍ତ
ମହାବିଦ୍ୟାଳୟ, କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ, ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ,ପଦ୍ମାବତୀ ସମେତ ଅନ୍ୟ ବିଦ୍ୟାଳୟ ଗୁଡିକ ରେ ଅଧ୍ୟୟନ ଛାତ୍ର ଛାତ୍ରୀ ମାନେ ନିଜ ନିଜ ମହାବିଦ୍ୟାଳୟ ରେ ଗତ ବୁଧବାର ଦିନ ପାଳନକରି
ବକ୍ତୁତା ଓ ଭାଷଣ ନିଜ ନିଜ
ଅଧକ୍ଷ ଓ ଅଧକ୍ଷା ଙ୍କ ଗହଣ ରେ ସ୍ୱର୍ଗତ ଇନ୍ଦ୍ରାଗାନ୍ଧୀଙ୍କ ଏହି ସମ୍ବିଧାନ ହତ୍ୟା ଦିବସ କୁ ସ୍ମରଣ କରିବାପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶନାରେ
ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ ରେ
ପାଳନ କରିଥିଲେ। କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଧ୍ୟକ୍ଷା
ଡ଼,ନନ୍ଦିତା ବାରିକ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ପ୍ରଭାବ କୁମାର ବେହେରା, ହୃଷିକେଶ ମିଶ୍ର,ସୁମନ୍ତ କୁମାର ଜେନା,
ଡ଼,ନିରୋଦ କୁମାର ମନ୍ତ୍ରୀ ଏବଂ ଅଧ୍ୟାପିକା ସାରଳା ବେହେରା ପ୍ରମୁଖ ଯୋଗଦେଇ ଜରୁରୀ କାଳୀନ ପରିସ୍ଥିତି ସମୟରେ
ନାଗରିକମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ସେ
ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅବଧିରେ
ନାଗରିକ ଅଧିକାର,ପ୍ରେସ
ସ୍ବାଧୀନତା ଓ ଅଭିବ୍ୟକ୍ତିର
ସ୍ବାଧୀନତା ଦମନ, ସାମୂହିକ ବନ୍ଧ୍ୟାକରଣ, ଲକ୍ଷାଧିକ ରାଜନିତିକକର୍ମୀ ଓ ସଂଗ୍ରାମୀ
ଙ୍କୁ କାରାଗାର ରେ ବନ୍ଦ୍ରୀ କରାଯିବା ଆଦି ଅମାନୁଷିକ
ଘଟଣାବଳୀ ସମ୍ପର୍କରେ ତଥ୍ୟ ଭିତ୍ତିକ ବିଶ୍ଲେଷଣ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ଼, ବାରିକ
ବକ୍ତବ୍ୟରେ ଗଣତନ୍ତ୍ର ର ମୂଲ୍ୟ ବୋଧ ଓ ସମ୍ବିଧାନ ର ମହତ୍ଵ
ସମ୍ପର୍କରେ ଆଲୋକପାତ କରିଥିଲେ।ସେ ଉଲ୍ଲେଖ କରିଛନ୍ତି ଜରୁରୀ କାଳୀନ ପରିସ୍ଥିତି ସମୟରେ ସରକାରଙ୍କୁ
ବିରୋଧ କରୁଥିବା ବ୍ୟକ୍ତି ମାନେ
୧୯୭୧ର ଆଭ୍ୟନ୍ତରୀଣ ରକ୍ଷଣାବେକ୍ଷଣ ଆଇନ ( ମସା)
ଅଧିନରେ ବେଆଇନ ଭାବେ
କାରାଗାର ରଖାଯାଇଥିଲା।
ଯାହା ଏକ ଛତ୍ର ବାଦୀ ଶାସନର
ପରିଚୟ ଦେଇଥିଲା। କାର୍ଯ୍ୟକ୍ରମକୁ ଡ଼, ନିରୋଦ
କୁମାର ମନ୍ତ୍ରୀ ଙ୍କ ପରିଚାଳନା
ରେ ସମ୍ପନ୍ନ ସୋଇଥିବାବେଳେ
ଅଧ୍ୟାପିକା ସାରଳା ବେହେରା
ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଜାତୀୟ ସଙ୍ଗୀତ ଗାନ କରି ସଭାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ସେହିପରି ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ସମସ୍ତ ରାଜନିତି ବିଜ୍ଞାନ ର ଛାତ୍ର ଛାତ୍ରୀ ମାନେ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ନେଇ ସଭା ଅନୁଷ୍ଠିତ ହୋଇଯାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق