BREAKING
Loading...
:

ପତଣ୍ଡା ଗ୍ରାମରୁ ପୁଣି ଏକ ହରିଣ ଉଦ୍ଧାର କଲା ବନବିଭାଗ

 ପତଣ୍ଡା ଗ୍ରାମରୁ ପୁଣି ଏକ ହରିଣ ଉଦ୍ଧାର କଲା ବନବିଭାଗ 

 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ ପତଣ୍ଡା ଗ୍ରାମ ଭିତରୁ ଗତକାଲି ଏକ ହରିଣ ଉଦ୍ଧାର କରାଯାଇଥିବା ବେଳେ ଆଜି ଅପରାହ୍ନରେ ପୁଣି ଏକ ହରିଣ ଉଦ୍ଧାର କରିଛି ବନବିଭାଗ । ହରିଣଟିକୁ କୁକୁର ଗୋଡ଼ାଇ କାମୁଡି ଖଣ୍ଡିଆ ଖାବରା କରିଥିବା ଜଣାପଡିଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟ ଗାର୍ଡ ବୈଷ୍ଣବୀ ନାୟକ ଏବଂ ପାରା ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ଗଣିଆ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରିଛନ୍ତି ।

 ତେବେ ହରିଣଟିକୁ ଆଜି ବନବିଭାଗ ପରିସରରେ ରଖିବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଗଲା ପରେ ଆସନ୍ତାକାଲି ତାକୁ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯିବ ବୋଲି ଫରେଷ୍ଟର ପ୍ରକାଶ କରିଛନ୍ତି । ହରିଣଟିର ବୟସ ଆନୁମାନିକ ୪ ବର୍ଷ ହେବ ବୋଲି ଫରେଷ୍ଟର ଜଣାଇଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS