BREAKING
Loading...
:

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଶେଷ

 ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଶେଷ



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରରେ ରାଜାରାଜୁଡ଼ା ସମୟରୁ ପାଳିତ ହୋଇ ଆସୁଛି ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା। ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରା କୁ ସରସ ସୁନ୍ଦର କରିବା ପାଇଁ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ରେ  ଖଣ୍ଡପଡ଼ା ଏନ୍ ଏ ସି ମଧ୍ୟ ରେ ଥିବା ଆରାଧ୍ୟ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବ , ଶ୍ରୀ ବାଲୁଙ୍କେଶ୍ବର ଦେବ, ଶ୍ରୀ ଲୋକନାଥ ଦେବ , ଶ୍ରୀ ସୁଵର୍ଣ୍ଣେଶ୍ଵର ଦେବ ଙ୍କ ଚଳନ୍ତି ପ୍ରତିମା ବିମାନ ଯୋଗେ ମନ୍ଦିର ରୁ ବାହାରି ଏକ ଶୋଭା ଯାତ୍ରାରେ, ଗୀତ ର ସାଉଣ୍ଡ  ସହ ବାଣର ପ୍ରତିଯୋଗିତା ପାଇଁ ଚାରି ସମ୍ଭୁ ଙ୍କ ର ମିଳନ ପର୍ବ ଅନୁଷ୍ଠିତ ହୋଇଥାଏ। ଏହି ୪ ଦେବ ଙ୍କ ମନ୍ଦିର କମିଟି ପକ୍ଷରୁ ଏକ ବୈଠକ ଶେଷ ହୋଇଅଛି। ପ୍ରତି ବର୍ଷ ପରି ଏ ବର୍ଷ କିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଟି ପକ୍ଷରୁ ଏକ ଲିଖିତ ପତ୍ର ଖଣ୍ଡପଡ଼ା ପୋଲିସ ପ୍ରଶାସନ କୁ ଦେଇ ସୁରକ୍ଷା ର ସାହାଯ୍ୟ ଲୋଡ଼ି ଛନ୍ତି । ନାଚ ,ହାତୀ ,ଘୋଡ଼ା, ଷଣ୍ଢ , ବିଭିନ୍ନ ବାଦ୍ୟ ବାଦନ ଆସର ଦେଖିବାକୁ ଆଖପାଖ ଗ୍ରାମର ପ୍ରାୟ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ଏହା ର ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ ।ଏ ବର୍ଷ କିପରି ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଛି। କିପରି କୋୖଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ସହରର ୪ କମିଟି ପକ୍ଷରୁ ପ୍ରୟାସ ଜାରି ରଖିବା ପାଇଁ କମିଟି ଗଠନ କରାଯାଇ ବୈଠକ ଶେଷ ହୋଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS