BREAKING
Loading...
:

ଖଣ୍ଡପଡ଼ା ରେ ପଠାଣି ସାମନ୍ତଙ୍କ ସ୍ମାରକୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ କେବେ?

 ଖଣ୍ଡପଡ଼ା ରେ ପଠାଣି ସାମନ୍ତଙ୍କ ସ୍ମାରକୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ କେବେ? 



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରରେ ଜନ୍ମଗ୍ରହଣ କରି ସମଗ୍ର ବିଶ୍ୱବାସୀଙ୍କୁ  ଜ୍ୟୋର୍ତିବିଜ୍ଞାନ ସମ୍ପର୍କରେ ରେ ଚମକପ୍ରଦ ତଥ୍ୟ ପ୍ରଦାନ କରି ବିଶ୍ଵ ବିଖ୍ୟାତ ଜ୍ୟୋର୍ତିବୀଦ ସାମନ୍ତ ଚନ୍ଦ୍ରଶେଖରଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଜନ୍ମ ମାଟି ଖଣ୍ଡପଡ଼ାରେ ପଠାଣି ସାମନ୍ତ ସ୍ମାରକୀ ମନ୍ଦିର ନିର୍ମାଣ ପାଇଁ ରାଜ୍ୟସରକାର  ୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ରୁ କାର୍ଯ୍ୟ କରାଯିବ ବୋଲି ଜଣାପଡିବା ପରେ ଖଣ୍ଡପଡ଼ା ସହରାଞ୍ଚଳ ବାସିଙ୍କମନ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଖଣ୍ଡପଡ଼ା ସହରର କେଉଁ ସ୍ଥାନରେ ଏହି ସ୍ମାରକୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତାହା ପ୍ରାସାସନିକ ବିଭାଗ ପକ୍ଷରୁ ଅଦ୍ୟାବଧି ଏହାର ଜାଗା ନିରୂପଣ ହୋଇପାରୁନାହିଁ। ଖଣ୍ଡପଡ଼ା ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସହର ମଧ୍ୟରେ ଏକ ଉପଯୁକ୍ତ ସ୍ଥାନ ରେ ଏହି ମହାନ୍ ବ୍ୟକ୍ତି ଙ୍କ ସମ୍ମାନ ଉଦ୍ଦେଶ୍ୟରେ ମନ୍ଦିର ଟି ନିର୍ମାଣ କରାଗଲେ ସମସ୍ତ ଜନସାଧାରଣ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଖଣ୍ଡପଡ଼ା ଅଞ୍ଚଳ ର ସଚେତନ ନାଗରିକ ମାନେ ମତ ଦେଇଛନ୍ତି। ଖଣ୍ଡପଡ଼ା ତହସିଲ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପ୍ରସ୍ତାବିତ ସ୍ମାରକୀ ମନ୍ଦିର ପାଇଁ ଉପଯୁକ୍ତ ଜାଗା ଯୋଗାଇ ଦେବାକୁ ଖଣ୍ଡପଡ଼ାବାସୀଦାବି କରିଛନ୍ତି। ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗକର୍ତ୍ତୁପକ୍ଷ, ଜିଲ୍ଲା ପାଳ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ , ଖଣ୍ଡପଡ଼ା ତହସିଲଦାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ଖଣ୍ଡପଡ଼ା ସହରାଞ୍ଚଳ ସମସ୍ତଙ୍କ ଦାବି ରଖିଛନ୍ତି।

‌ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS