ମଝିଆଖଣ୍ଡରେ କିଓର ବେ ତରଫରୁ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ
ରଣପୁର (ରୀନା ସାହୁ) ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ମଝିଆଖାଣ୍ଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ , ରଣପୁର ଫାୟର ଷ୍ଟେସନ ନିକଟସ୍ଥ କିଓର ବେ କ୍ଲିନିକ୍ ତରଫରୁ ୮୦ ଶତକଡା ରିହାତି ଦରରେ ଏକ ସୁନ୍ଦର୍ ସ୍ବାସ୍ଥ୍ୟ ପରୀକ୍ଷା , ମାଗଣା ଚକ୍ଷୁ ଚିକିତ୍ସା, କାର୍ଯ୍ୟକ୍ରମ ସକାଳ ସାଢେ଼ ସାତଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲୁ ରହି ଥିଲା। କିଓର୍ ବେ ତତଫରୁ କ୍ଳଷ୍ଟର ମ୍ୟାନେଜର ନୟାଗଡ ରାଜିଭ ମହାନ୍ତି, ଫାର୍ମାସିଷ୍ଟ ଦୀପକ କୁମାର ଖୁଣ୍ଟିଆ, ଷ୍ଟାପ ନର୍ସ ଏମ ଦୀପ୍ତି ମୟୀ, ମୋନାଲିସା ସାହୁ, କର୍ମଚାରୀ ସୁଧାକର ପ୍ରଧାନ, ସମ୍ରାଟ କେଶରୀ ନାୟକ, ଆଖି ବିଭାଗ ଆଥୋର୍ମିକ ଆସିଷ୍ଟାଣ୍ଟ ସୁମିତ୍ରା ହରିଚନ୍ଦନ, ସାଗର କୁମାରଙ୍କ ଉପସ୍ଥିତିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ସେମାନଙ୍କ ରକ୍ତ ପରୀକ୍ଷା କରିଥିଲେ। ସୁଗାର, ବିପୀ, ଥାଇରଏଡ, କୋଲ୍ଡଷ୍ଟରେଲ୍, ଭିଟାମିନ , ଇସିଜି, ଆଖି ପରୀକ୍ଷା ଆଦି ପରୀକ୍ଷା କରଯାଇଥିଲା। ମଝିଆଖାଣ୍ଡ ଭଳି ଏକ ଗ୍ରାମାଞ୍ଚଳ ଅଞ୍ଚଳରେ ସଧାରଣ ଜନତା ଯେଭଳି ରିହାତି ଦରରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ, ସେଥିପାଇଁ ଯୁବ ସମାଜ ସେବୀ ଵିନୋଦ କୁମାର ସାହୁଙ୍କ ସଂଯୋଜନାରେ ସମାଜ ସେବୀ ପ୍ରଫୁଲ୍ଲ କୁମାର ନାୟକ ଓ ସଞ୍ଜୟ କୁମାର ବାରିକଙ୍କ ସହଯୋଗରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରାୟ 30 ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ରକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ସହ ପନ୍ଦରରୁ ଉର୍ଦ୍ଧ୍ ଚକ୍ଷୁ ଚିକିତ୍ସା, ଦଶରୁ ଉର୍ଦ୍ଧ୍ବ ଇ ସି ଜି କରାଯାଇ ଥିବା ଜଣା ପଡିଛି।ଜନସାଧାରଣଙ୍କ ଅବଗତି ନିମନ୍ତେ ପୂର୍ବଦିନ ଅପରାହ୍ନରେ ପଞ୍ଚାୟତର ସମସ୍ତ ଗ୍ରାମରେ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର ପ୍ରସାର କରଯାଇଥିଲା। ଏଭଳି ସୁନ୍ଦର୍ କାର୍ଯ୍ୟକ୍ରମ ପାଇଁ ମଝିଆଖଣ୍ଡ ଗ୍ରାମର ବୁଦ୍ଧିଜୀବୀ ମାନେ ପ୍ରଫୁଲ୍ଲ କୁମାର ନାୟକ ଓ ଵିନୋଦ କୁମାର ସାହୁଙ୍କୁ ସାଧୁବାଦ ଜଣାଇବା ସହ , ଏଭଳି କାର୍ଯ୍ୟକ୍ରମ ଜାରୀ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।
ମଣିଭଦ୍ରା ଖବର,ନୟାଗଡ
إرسال تعليق