ସ୍ବାସ୍ଥ୍ୟ କର୍ମଚାରୀ କୁଂ ଅବସରକାଳୀନ ସମ୍ବର୍ଦ୍ଧନା ।
ଦଶପଲ୍ଲା : - (ଶିବାନୀ ଦୀପାଞ୍ଜଳୀ) ଦଶପଲ୍ଲା ବ୍ଲକ୍ ବାଣୀଗୋଛା ସେକ୍ଟର ଅନ୍ତର୍ଗତ ନରାଜିପଡା ସବ୍ - ସେଣ୍ଟର ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀ ସୁରେଶନ ସାହୁ ଚଳିତ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବେ । ତେଣୁ ଶ୍ରୀ ସାହୁଙ୍କୁ ଆଜି ବାଣୀଗୋଛା ସେକ୍ଟର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଡ କାଳୀପ୍ରସାଦ ଷଡ଼ଙ୍ଗୀ, ଫାର୍ମାସିଷ୍ଟ କଂ ସମେତ ,ବାଣୀଗୋଛା ସେକ୍ଟର ର ସମସ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ( ଏ ଏନ ଏମ୍ ) ,ପୁରୁଷ ସ୍ବାସ୍ଥ୍ୟକର୍ମୀ,ସୁପରଭାଇ,ଆଶାସାଥୀ,ଆଶାକର୍ମୀ ଓ ଡାକ୍ତରଖାନା କର୍ମଚାରୀ ପ୍ରଭୃତି ଯୋଗଦେଇ ଶ୍ରୀ ସାହୁଙ୍କୁ ଉପାୟନ, ଉପଢୌକନ ପ୍ରଦାନ କରି ଅଶୃଳ ନୟନରେ ବିଦାୟ ଦେଇଥିଲେ । ପ୍ରକାଶ ଥାଉକି ଶ୍ରୀ ସାହୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଅଟନ୍ତି । ସେ ୧୯୮୪ ମସିହାରେ ସେନାରେ ଯୋଗଦେଇ ନିଜର ବିରତ୍ବ ଓ କର୍ତ୍ତବ୍ୟ ନିଷ୍ଠା ପ୍ରତିପାଦନ କରି ୨୦୦୨ ମସିହାରେ ସେନାରୁ ଅବସର ଗ୍ରହଣ କରିବାପରେ ନିଜର ସେବା ମନୋଭାବ କୁ ବଜାଇ ରଖିବା ପାଇଁ ୨୦୦୬ ମସିହାରେ ସ୍ବାସ୍ଥ୍ୟ ବିଭାଗରେ ଯୋଗ ଦେଇଥିଲେ । ସେ ଜଣେ ଆଦର୍ଶ , କର୍ତ୍ତବ୍ୟନିଷ୍ଠ ,ନିତିବାନ,ନିରଳସ ,ସହୃଦୟ ଓ ଅତ୍ୟନ୍ତ ଦେଶଭକ୍ତ ବ୍ୟକ୍ତି ହିସାବରେ ଜଣାଶୁଣା ଥିଲେ । ସେ ଚାକିରିକାଳ ମଧ୍ୟରେ ନିଜର କର୍ତ୍ତବ୍ୟ ରେ କେବେ ଅବହେଳା କରୁ ନ ଥିବାବେଳେ,ଅବହେଳା କରୁଥିବା ବ୍ୟକ୍ତିଙ୍କୁ କର୍ତ୍ତବ୍ୟ ପରାୟଣ ହେବାକୁ ଉତ୍ସାହିତ କରୁଥିଲେ । ଏ ଭଳି ଜଣେ ବ୍ୟକ୍ତି ସ୍ବାସ୍ଥ୍ୟ ବିଭାଗରୁ ଅବସର ନେବା ସମୟରେ ଉପସ୍ଥିତ ବିଭାଗୀୟ ସହକର୍ମୀ ଓ ସାଧାରଣ ଜନତାକଂ ଆଖି ଲୁହ ଛଳଛଳ ହୋଇ ଯାଇଥିଲା ।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment