BREAKING
Loading...
:

ଅପରେସନ୍ ସିନ୍ଦୂର’ର ସଫଳତା ନେଇ ଉତ୍ସବ ଭଞ୍ଜନଗରରେ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭା ଯାତ୍ରା

 ଅପରେସନ୍ ସିନ୍ଦୂର’ର ସଫଳତା ନେଇ ଉତ୍ସବ

ଭଞ୍ଜନଗରରେ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭା ଯାତ୍ରା



ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଗୁରୁବାର ଭଞ୍ଜନଗରରେ,ଭାରତର ବୀର ସୈନିକ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ କୁ  ସଂମାନ ଜଣାଇ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବିଶାଳ ତ୍ରିରଙ୍ଗା ବାଇକ୍  ଶୋଭାଯାତ୍ରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଳକ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ 

ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଯୋଗଦେଇ ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଥିଲେ।

ସକାଳ ୮ଟାରେ ବାଇକ୍ ରାଲି ବାଉଁଶଲୁଣ୍ଡି ବାଇପାସ ଛକରୁ ଆରମ୍ଭ ହୋଇ ବାଉଁଶଲୁଣ୍ଡି,ମୁଖ୍ୟ ସଡକ,ତହସିଲ ଛକ,ବସଷ୍ଟାଣ୍ଡ,ମହାବୀର ଛକ,ଷ୍ଟେଟବ୍ୟାଙ୍କ୍ ଛକ,ଭେଜିପୁଟ,ଚକରା ବିଷୋୟୀ ଛକ,ଲଣ୍ଡେଇ ସାହି ଛକ ଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ପ୍ରଶାସନିକ ଅଧିକାରୀ,ଅବସର ପ୍ରାପ୍ତ ସୈନିକ ସଙ୍ଘ,ପୁଲିସ,ସରକାରୀ କର୍ମଚାରୀ, ଲୋକପ୍ରତିନିଧି ଏବଂ ସାଧାରଣ ଜନତା ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ। ଅପରେସନ୍ ସିନ୍ଦୂରର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍  ଶୋଭାଯାତ୍ରା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାଦ୍ଦ୍ୟ ର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକସାକ୍ଷୀ ବୋଲି ଅତିଥି ଗଣ କହିଥିଲେ।


ଗତ ଏପ୍ରିଲ୍ ୨୨ ତାରିଖରେ ଜାମ୍ମୁ କାଶ୍ମୀରର ପେହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସର୍ବ ଧର୍ମ ଓ ନିରପେକ୍ଷତା ଭାବେ ଅଭୁତପୁର୍ବ ଭାବେ ଜାତୀୟତାର ଏକତା ସୃଷ୍ଟି ହୋଇଥିଲା  । ଆତଙ୍କବାଦକୁ ନେଇ ଭାରତ ସରକାରଙ୍କର ରହିଥ‌ିବା ‘ଶୂନ୍ୟ ସହନଶୀଳତା ନୀତି' ର ଫଳ ସ୍ବରୂପ ମଇ ୬/୭ ତାରିଖ ମଧ୍ୟ ରାତ୍ରୀରେ ଭାରତୀୟ ସେନା ପକ୍ଷରୁ ଆରମ୍ଭହୋଇଥିଲା ‘ଅପରେସନ ସିନ୍ଦୂର’। ମାତ୍ର ଚାରି ଦିନର ସାମାନ୍ୟ ଆକ୍ରମଣରେ ପାକିସ୍ତାନର ଅବସ୍ଥା ହୋଇଥିଲା ସାଙ୍ଘାତିକ । ଶେଷରେ ପାକିସ୍ତାନ ହାର ମାନି ଅସ୍ତ୍ର ବିରତି ପାଇଁ ଗୁହାରି କରିଥିଲା ଭାରତ ସମ୍ମୁଖରେ। ଭାରତର ଏହି ଐତିହାସିକ ବିଜୟ ପରେ ସମଗ୍ର ଦେଶରେ ଖୁସି ଓ ଉତ୍ସାହର ବାତାବରଣ ପରିଲକ୍ଷିତ ହେଉଛି। ଭାରତ ସରକାରଙ୍କ ଦୃଢ଼ ଓ ବଳିଷ୍ଠ ନେତୃତ୍ୱ ଏବଂ ଭାରତୀୟ ସେନାର ସୌର୍ଯ୍ୟ ଓ ପରାକ୍ରମକୁ ନେଇ ସମଗ୍ର ଦେଶରେ ଏକ ଅଭୂତପୂର୍ବ ଦେଶାତ୍ମବୋଧର ପରାକାଷ୍ଠା ପ୍ରତିପାଦନ ହେଉଛି।

ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଉଲ୍ଲେଖନୀୟ କାର୍ଯ୍ୟଶୈଳୀ ଓ ରଣକୌଶଳ ଭାରତ ସମେତ ସମଗ୍ର ବିଶ୍ଵରେ ଭାରତୀୟ ସେନାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। 


କାର୍ଯ୍ୟକ୍ରମରେ  ଭଞ୍ଜନଗର ବ୍ଳକ ଅଧକ୍ଷ ଶ୍ରୀ ନରିସଭା ନାୟକ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଳୀ କୃଷ୍ଣ ପଣ୍ଡା,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାର,ଡେପୁଟି କଲେକ୍ଟର ସୁମନ ଘୋଷ,ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି, ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଏଂବ ସମସ୍ତ ସାମ୍ବାଦିକ ପ୍ରମୁଖ ସାମିଲ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS