ଓଡିଶା ସିନେ
ଓ୍ଵ।ର୍କର ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ କାର୍ତ୍ତିକ ମହାନ୍ତ।
ମୟୂରଭଞ୍ଜ (ମଣିଭଦ୍ରା ଖବର) 'ଉତ୍କଳ କଳାନିଧି ସମ୍ମାନ' ରେ ସମ୍ମାନିତ ହେଲେ ପଳାଶଵଧା ଛଉ ନୃତ୍ୟ ଅନୁଷ୍ଠାନର ସଂପାଦକ କାର୍ତ୍ତିକ ମହାନ୍ତ। ଓଡିଶା ସିନେଓ୍ଵ।ର୍କର ଆସୋସିଏସନ ତରଫରୁ ୧୧ ତମ ଚଳଚ୍ଚିତ୍ର,କବି, କଳାକାର, ପୁରସ୍କାର -୨୦୨୫ ଉତ୍ସବ ଚଳିତ ମାସ ୨୨ ତାରିଖରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡ଼ିଶାର କବି, କଳାକାର, ସମାଜସେବୀ, ଶିକ୍ଷାବିତ, ପରିବେଶବିତ, ଶିଳ୍ପପତି, ଚଳଚ୍ଚିତ୍ର ଓ ଟେଲିଭିଜନରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର କଳାକାରଙ୍କ ମଧ୍ୟରୁ ଚୟନ କରି ହଜାରେ ଜଣ କଳାକାରଙ୍କୁ ଯୋଗ୍ୟତା ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ମୋରଡା ପଞ୍ଚାୟତ ଅଧିନ ପଳାଶଵଧା ଛଉନୃତ୍ୟ ଅନୁଷ୍ଠାନର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାନ୍ତଙ୍କୁ 'ଉତ୍କଳ କଳାନିଧି ସମ୍ମାନ' ରେ ଭୂଷିତ କରି ସମ୍ମାନିତ କରାଯାଇଥିଲା। ପଳାଶଵଧା ଛଉନୃତ୍ୟ ଅନୁଷ୍ଠାନର ଅନ୍ୟ ଚାରିଜଣ କଳାକାର ଅମିନ ମହାନ୍ତ, ରହିନି ମହାନ୍ତ, କବିତା ମହାନ୍ତ ଏବଂ ଫୁଲେଶ୍ଵରୀ ମହାନ୍ତଙ୍କୁ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମାଣପତ୍ର ସହିତ ଆଇଡେଣ୍ଟି କାର୍ଡ ପ୍ରଦାନ କରାଯାଇଛି। ତେବେ କାର୍ତ୍ତିକ ମହାନ୍ତ ଦୀର୍ଘବର୍ଷ ଧରି ପଳାଶଵଧା ଛଉନୃତ୍ୟ ଅନୁଷ୍ଠାନର ସଂପାଦକ ଭାବେ କାର୍ଯ୍ୟକରି ଆସୁଛନ୍ତି । ତାଙ୍କ ନେତୃତ୍ଵରେ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଳାଶଵଧା ଛଉନୃତ୍ୟ ଅନୁଷ୍ଠାନର କଳାକାରମାନଙ୍କୁ ନେଇ ନୃତ୍ୟ ପରିବେଷଣ କରିବାରେ ସଫଳ ଭୂମିକା ଗ୍ରହଣ କରିଆସୁଛନ୍ତି। ତେବେ କାର୍ତ୍ତିକ ଉକ୍ତ 'ଉତ୍କଳ କଳାନିଧି ସମ୍ମାନ' ପାଇବା ପରେ ପଳାଶଵଧା ଛଉନୃତ୍ୟ ଅନୁଷ୍ଠାନ ସହିତ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment