BREAKING
Loading...
:

ଟିଟିଲାଗଡ ରେଳ ଷ୍ଟେସନ ରୁ ରହସ୍ୟ ଜନକ ଭାବେ ଯୁବତୀ ନିଖୋଜ, ଦୁଷ୍କର୍ମ ଅଭିଯୋଗ।

 ଟିଟିଲାଗଡ ରେଳ ଷ୍ଟେସନ ରୁ ରହସ୍ୟ ଜନକ ଭାବେ ଯୁବତୀ ନିଖୋଜ, ଦୁଷ୍କର୍ମ ଅଭିଯୋଗ।


ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ଭାରତ ର ସମସ୍ତ ରେଳ ଷ୍ଟେସନ କୁ ଯାତାୟାତ ର ସୁବିଧା ଥିବା ଥିବା ଅନ୍ୟତମ ରେଳ ଜଙ୍କସନ୍ ହେଉଛି ଟିଟିଲାଗଡ । ଏହି ରେଳ ଷ୍ଟେସନ କୁ ବିଭିନ୍ନ ଦୂର, ଦୁରାନ୍ତ ରୁ ଏକ୍ସପ୍ରେସ ଟ୍ରେନ ସୁବିଧା ଥିବା ବେଳେ ରାଜ୍ୟ ବାହାର ର ଅନେକ ଯାତ୍ରୀ ନିର୍ଭର କରନ୍ତି । ପରିତାପ ର ବିଷୟ ଏହି ରେଳ ଷ୍ଟେସନ କୁ ଅନେକ ଅଜଣା ଯୁବତୀ ଓ ଅସାମାଜିକ ଯୁବକ ଓ ବ୍ୟକ୍ତି ବିଶେଷ ନିୟମିତ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହି ଆସୁଛନ୍ତି ବୋଲି ସାଧାରଣ ରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରି କି ଦେହ ବ୍ୟବସାୟ ର କେନ୍ଦ୍ର ବିନ୍ଦୁ ପାଲଟି ଥିବା ଓ ଏଥିରେ ବରିଷ୍ଠ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟ ରେ ଲିପ୍ତ ରହିଛନ୍ତି । ଏଭଳି ଏକ  ଘଟଣା ବର୍ତ୍ତମାନ୍ ସ୍ଥାନୀୟ ଜନ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ ଗତ ତିନି ଦିନ ଧରି ଟିଟିଲାଗଡ ରେଳ ଷ୍ଟେସନ ରେ ଜଣେ ପ୍ରାୟ ୩୦ ବର୍ଷୀୟ ଅଜଣା ଯୁବତୀ ପହଞ୍ଚି ଥିଲେ । ଉକ୍ତ ଯୁବତୀ ଙ୍କୁ ରେଳ ଷ୍ଟେସନ ରୁ କିଛି ବ୍ୟକ୍ତି ବିଶେଷ ଥଣ୍ଡା ପାନୀୟ ରେ  କୌଣସି ନିଶା ଦ୍ରବ୍ୟ ମିଶାଇ ପିଇ ବାକୁ ଦେଇ ରାତି ପ୍ରାୟ ୧୦ ଟା ରେ ଷ୍ଟେସନ ବାହାର କୁ ନେଇ ଯାଇ ଥିଲେ ଓ ମୂର୍ମୁସ ଅବସ୍ଥାରେ ଆଣି ପୁନଃ ଷ୍ଟେସନ ବାହାରେ ଦୁଇ ଦିନ ପରେ ଛାଡି ଦେଇ ଥିଲେ । ଉକ୍ତ ଯୁବତୀ ମୂର୍ମସ ଅବସ୍ଥାରେ ଥିବା ବେଳେ ତାଙ୍କ ଦେହ ର ବିଭିନ୍ନ ସ୍ଥାନ ରେ ରକ୍ତ ଭିଜା ଅବସ୍ଥାରେ ଥିବା ଦେଖିବାକୁ ପାଇ ଥିଲେ ।  ଏପରି କି ସେ ସଠିକ୍ ଭାବେ କଥା କହି ପାରୁ ନ ଥିବା ଦେଖା ଯାଇଥିଲା । ହେଲେ ସେ ବର୍ତ୍ତମାନ୍ କେଉଁଠି ସେ ନେଇ ରେଳ ବିଭାଗ ପୋଲିସ ତରଫ ରୁ କୌଣସି ଖବର ନାହିଁ । ଏହି ଯୁବତୀ ଙ୍କ ସହ ଥିବା ଆଉ ଜଣେ ଯୁବତୀ ସଠିକ୍ ଭାବେ କିଛି ପ୍ରକାଶ କରି ପାରୁ ନ ଥିବା ବେଳେ ସେ ଟ୍ରେନ ରେ କେସିଙ୍ଗା ଯାଉଥିବା ପ୍ରକାଶ କରିଛନ୍ତି । ଏହି ଭଳି ଘଟଣା ଏହି ରେଳ ଷ୍ଟେସନ ରେ ମାତ୍ରାଧିକ ଭାବେ ବୃଦ୍ଧି ପାଉଛି ବୋଲି ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ନେଇ ଜି ଆର୍ ପି ଥାନା ଅଧିକାରୀ ଙ୍କୁ ଯୋଗାଯୋଗ କରିବା ରୁ ସେ ସେମତି ଘଟଣା ନେଇ କୌଣସି ଅଭିଯୋଗ ହୋଇ ନ ଥିବା ପ୍ରକାଶ କରିଥିବା ବେଳେ ଉକ୍ତ ଯୁବତୀ ଜଣକ କିଏ ଓ ବର୍ତ୍ତମାନ୍ ସେ କେଉଁଠି ଅଛନ୍ତି ସେ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ଏପରି କି ଟିଟିଲାଗଡ ସହର ର ଏକ ଦାମୀ ଲଜ୍ ରେ ତାଙ୍କୁ ରଖା ଯାଇଛି ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳି ଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରି ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS