BREAKING
Loading...
:

ଗଞ୍ଜାମ ଜିଲ୍ଲା କ୍ରୀଡା ସାଂସଦ ତରଫରୁ ଆୟୋଜିତ ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ '

 'ଗଞ୍ଜାମ ଜିଲ୍ଲା କ୍ରୀଡା ସାଂସଦ ତରଫରୁ ଆୟୋଜିତ ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ '


ଗଞ୍ଜାମ (ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲା କ୍ରୀଡା ସାଂସଦ ତରଫରୁ ବାସ୍କେଟବଲ, ଫୂଟବଲ ଓ ଏଥଲେଟିକ ଖେଳ ର ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ ହୋଇଥିଲା। ଚଳିତ ମାସ ୭/୦୫ ତାରିଖ ରୁ ୨୮/୦୫ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରୀଷ୍ମ ଶିବିରର ଉଦଯାପନ ୨୮/୦୫ ତାରିଖ ଦିନ ଏସ୍. ପି ସ୍ପୋର୍ଟ୍ସ ଏରେନା ଠାରେ ଆୟୋଜିତ ହୋଇଥିଲା। ଏହି ଉଦଯାପନୀ ଉଛବ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସ୍. ପି ଡ. ଶ୍ରାବଣ ବିବେକ ଏମ୍.  ଏବଂ ଅତିଥି ଭାବେ ପୂର୍ବତନ ହକି ଖେଳାଳି ଶ୍ରୀ ରଞ୍ଜନ କୁମାର ଶର୍ମା ଯୋଗଦେଇଥିଲେ। ଏହି ଶିବିର ରେ ୨୦୦ ରୁ ଉର୍ଦ୍ଧ ଖେଳାଳି ମାନେ ଯୋଗଦେଇଥିଲେ। ମୁଖ୍ୟ ଅତିଥି  ସମସ୍ତ ଖେଳାଳି ମାନଙ୍କୁ ଚେର୍ଟିଫିକେଟ ପ୍ରଦାନ କରିଥିଲେ। ଜେ. କାମେଶ୍ୱର ରାଓ ଉକ୍ତ ସଭା କୁ ପରିଚାଳନା କରିଥିଲେ। ଏଥିରେ ବିଜୟ କୁମାର ପଟ୍ଟନାୟକ, ଡି. ଆପରାଓ, ଡି. ବାବୁ ରାଓ, ଡି ଗନ୍ତାୟତ, ଜି. ଏମ ବାବୁ, ପ୍ରମୋଦ ମହାରଣା, ପ୍ରଶାନ୍ତ ରାଉତ, ଏଲ୍. କେ ରାଓ ରେଡ୍ଡୀ, ଗୋପାଳ ପଣ୍ଡା, ରାଜେନ୍ଦ୍ର ବେହେରା ଭି. ନାଗେଶ୍ୱର ରାଓ, ବିଶ୍ୱନାଥ ପାତ୍ର ଏବଂ ଜିଲ୍ଲା ର ବରିଷ୍ଠ ଖେଳାଳି ମାନେ ଯୋଗଦେଇଥିଲେ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଂଘ ର ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS