ଦେଲା ପ୍ରଶାସନ କାଟିଦେଲେ ଅଧିକାରୀ l
କୋରାପୁଟ (ମଣିଭଦ୍ରା ଖବର) ଗତ କିଛିଦିନ ତଳେ ଜିଲ୍ଲା ପ୍ରଶାସନ ଭୂମିହିନ ଓ ଭିନ୍ନକ୍ଷମ ଙ୍କୁ ଏକ କାର୍ଯକ୍ରମ ମାଧ୍ୟମ ରେ ଅନ୍ତ୍ରଗୃହ ଯୋଜନା ରେ ନୂତନ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେଇଥିଲା ହେଲେ କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତ ଅନ୍ତର୍ଗତ ବlସୂପୁଟ ଗ୍ରାମ ର ନରେନ୍ଦ୍ର ନାୟକ ଙ୍କ ଭିନ୍ନକ୍ଷମ ପୁଅ ମଧୁସୂଦନ ନାୟକ ଙ୍କୁ ନୂତନ ଗୃହ ନିର୍ମାଣ ପାଇଁ ଯୋଗ୍ୟ ନିତାଧିକରି ବିବେଚିତ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ମଧୁସୂଦନ ଙ୍କ ମା ମୁକ୍ତା ନାୟକ ଙ୍କ ନାମରେ ପୂର୍ବରୁ ଘର ଥିବାର କହି ବିନା ତଦନ୍ତ ରେ ମସ୍ତି ପୁଟ ପଞ୍ଚାୟତ ଅଧିକାରୀ ତାଙ୍କର କାର୍ଯ୍ୟାଦେଶ କୁ ରଦ୍ଧ କରିଦେଇଥିବା ଅଭିଯୋଗ କରି ମଧୁସୂଦନ ଙ୍କ ପରିବାର ଆଜି ଜିଲ୍ଲା ପ୍ରଶାସନ ର ଦ୍ୱlରସ୍ଥ ହୋଇଥିଲେ l
ସେହିପରି ସେହିଗ୍ରାମ ର ଦୁନl ଗୁଣ୍ଠl ନାମକ ବିବାହିତ ମହିଳା ଙ୍କ ବି ସେହିପରି କରାଯାଇଥିବାର ଜଣାପଡିଛି l ସବୁଠୁ ବଡ଼ କଥା ହେଲା ଖୋଦ୍ ଜିଲାପାଳ ଙ୍କ ଉପସ୍ଥିତି ରେ ଯୋଗ୍ୟ ବିବେଚିତ କରାଯାଇ ଥିବା ହିତାଧିକାରୀ ଙ୍କୁ କିପରି ପରବର୍ତ୍ତୀ ସମୟରେ ଅଧିକାରୀ ଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ କରାଯାଉଛି l ତାହା ହିଁ ତଦନ୍ତ ସlପେକ୍ଷ ବୋଲି ଉକ୍ତ ହିତାଧିକାରୀ ମାନେ କହିଚନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment