ଆର ପାରିରେ ବରିଷ୍ଠ ସାମ୍ବାଦିକ ସାହାଣ ମେଲା ଓଡ଼ିଆ ଖବର କାଗଜ ରାଜୀବ ଲୋଚନ ପଣ୍ଡା ସାମ୍ବାଦିକ ମହଲ ରେ ଗଭୀର ଶୋକ I
ସାମ୍ୱାଦିକ ରାଜୀବ ଲୋଚନ ଆର ପାରିରେ,
ରାୟଗଡ଼ା (ମଣିଭଦ୍ରା ଖବର) ରାୟଗଡା ଜିଲ୍ଲା ମୁଖ୍ୟାଳୟ ରେ କାର୍ଯ୍ୟରତ ସାହାଣ ମେଲା ଓଡ଼ିଆ ଖବର କାଗଜ ର ସାମ୍ବାଦିକ ରାଜୀବ ଲୋଚନ ପଣ୍ଡା ଙ୍କ ମୃତ୍ୟୁ ଖବର ସାଧାରଣ ରେ ଶୋକର ଛାୟା ଖେଳାଇ ଦେଇଛି I ରାଜୀବ ଲୋଚନ ପଣ୍ଡା ମୃତ୍ୟୁ ବେଳେ ତାଙ୍କ ବୟସ 48 ହେlଇଥିଲା ସେ ପଦ୍ମପୁର ବ୍ଳକ ର ଖିଲୀଙ୍ଗୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପ୍ରାପ୍ତ ଖବର ରୁ ପ୍ରକାଶ ଶ୍ରୀ ପଣ୍ଡା ଗତ ଏପ୍ରିଲ 30 ତାରିଖ ରେ ନିଜ କାର ଯୋଗେ କୋଲନାରା ଯାଉଥିବା ବେଳେ ଚଳନ୍ତା ଗାଡି ରେ ଉଚ୍ଚ ରକ୍ତ ଚାପ ର ବଶବର୍ତ୍ତୀ ହୋଇ ଗାଡି ଟି ରାସ୍ତା ରୁ ତଳ କୁ ଖସି ପଡ଼ିଥିଲା ଓ ସାମାନ୍ୟ ମୁଣ୍ଡ କୁ ଆଘାତ ଲାଗି ଥିଲା । ସମ୍ପର୍କୀୟ ଙ୍କ କହିବା ପ୍ରକାରେ ମସ୍ତିଷ୍କ ଭିତରେ ଏକ ସୁକ୍ଷ୍ମ ସ୍ନାୟୁ ତନ୍ତୁ ଫାଟି ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ହୋଇ ଥିଲା । ରାୟଗଡା ରେ ପ୍ରାଥମିକ ଉପଚାର ପରେ ଜଟିଳ ତା କୁ ହୃଦବୋଧ କରି ସମସ୍ତ ସୁବିଧା ସମ୍ପର୍ଣ୍ଣ ଉଚ୍ଚ ଚିକିତ୍ସାଳୟ କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି କ୍ରମରେ ଶ୍ରୀ ପଣ୍ଡା ଙ୍କୁ ଭୁବନେଶ୍ବର ସ୍ଥିତ ମଣିପାଲ ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତାଙ୍କ ର ଚିକିତ୍ସାଧୂନ ଅବସ୍ଥା ରେ କୌଣସି ଉର୍ନତି ପରିଲକ୍ଷିତ ନ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଖବର ପ୍ରଶାରିତ ହେବାକ୍ଷଣି ସାମ୍ବାଦିକଙ୍କ ମହଲ ରେ ଶୋକର ଛାୟା ଖେଳି ଯାଇଛି | ଶ୍ରୀ ପଣ୍ଡା ଙ୍କ ମର ଶରୀର ରାୟଗଡା ସ୍ଥିତ ମଙ୍ଗଳା ମନ୍ଦିର ନିକଟସୁ ତାଙ୍କ ବାସ ଭବନରେ ସନ୍ଧ୍ୟା 5,ଘଣ୍ଟା ରେ ପହଂଚିବା ର ସୂଚନା ରହିଛି। ଶ୍ରୀ ପଣ୍ଡା ରାୟଗଡା ପ୍ରେସ ୟୁନିଅନ ର ଜଣେ କର୍ମଠ ସଦସ୍ୟ ରହି ବିଭିନ୍ନ ପଦ ପଦବୀ ରେ ରହି ସୁନାମ ର ସହିତ କାର୍ଯ୍ୟ ତୁଲାଉ ଥିଲେ I ୟୁନିଅନ ତାର ଏକ ସଦସ୍ୟ ହରାଇ ଥିବା ଓ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତ ସଦସ୍ୟ ଦୁଃଖ ଭରା କଣ୍ଠ ରେ କହିଛନ୍ତି । ଶ୍ରୀ ପଣ୍ଡା ଏକ ମେଳାପୀ ଓ ସ୍ମିତ ହାସ୍ୟ ର ଅଧୂକାରୀ ସହିତ ସମସ୍ତ ଙ୍କ ର ପ୍ରିୟ ଭାଜନ ଥିଲେ । ତାଙ୍କ ଆମର ଆତ୍ମା ଶାନ୍ତି ପାଇଁ ସାମ୍ୱାଦିକ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ। ଶେଷ ଦର୍ଶନ ସମୟ ରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରି ଓ ଶହ ଶହ ସାମ୍ୱାଦିକ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଦେଖିବାକୁ ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق