BREAKING
Loading...
:

ଖଣ୍ଡପଡ଼ାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

 

ଖଣ୍ଡପଡ଼ାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର



ନୟାଗଡ (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣ୍ଡପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଜନଶୁଣାଣୀ ଶିବିର  ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ ,ଉପ ଜିଲ୍ଲାପାଳ  କର୍ଣ୍ଣଦେବ ସମାଦାର , ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ,  ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ , ଏସଡିପିଓ ମଦନମୋହନ ପ୍ରଧାନ ,ଅତିରିକ୍ତ ତହସିଲଦାର ସୋମେଶ ରଣବିଜୁଳି, ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ଯ ଚିକିତ୍ସାଧିକାରୀ ଅଭିଷାର ପଣ୍ତାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ଥିଲେ। ଶିବିରରେ ସର୍ବମୋଟ ୬୦ ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା।ସେଥି ମଧ୍ଯରୁ  ୫୫ ଗୋଟି ବ୍ଯକ୍ତିଗତ ୩ ଟି ଗ୍ରାମ୍ଯ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୨ଟି ଆବେଦନପତ୍ର  ଗ୍ରହଣ କରାଯାଇଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି। ୨୪ ଟି ମାମଲାର ତ୍ଵରିତ ସମାଧାନ କରାଯାଇଥିବା ବେଳେ ଅନ୍ଯ  ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିମନ୍ତେ  ଜିଲ୍ଲାପାଳ  ବ୍ଲକ ପ୍ରଶାସନ  ଓ ବିଭିନ୍ନ ବିଭାଗର  ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS