BREAKING
Loading...
:

କୋରାପୁଟ ଜିଲ୍ଲା ବିଦ୍ୟାଳୟ ସମୂହ ଯୋଗ ଆଲମ୍ଫିୟାଡ ପ୍ରତିଯୋଗୀତା ଅନୁଷ୍ଠିତ

 କୋରାପୁଟ ଜିଲ୍ଲା ବିଦ୍ୟାଳୟ  ସମୂହ ଯୋଗ ଆଲମ୍ଫିୟାଡ ପ୍ରତିଯୋଗୀତା ଅନୁଷ୍ଠିତ l


କୋରାପୁଟ (ମଣିଭଦ୍ରା ଖବର) ସ୍ଥାନୀୟସମୂହ ଯୋଗ ବାଳକ ହାଇସ୍କୁଲ ଠାରେ କୋରlପୁଟ ବିଦ୍ୟାଳୟ ସମୂହ ଯୋଗ ଅଲମ୍ଫିୟାଡ ପ୍ରତିଯୋଗୀତା କୋରାପୁଟ ଜିଲ୍ଲା ଶିକ୍ଷlଧିକାରୀ ପ୍ରଶାନ୍ତ ମହାନ୍ତିଙ୍କ ନିର୍ଦ୍ଦଶରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଳାର ବିଭିନ୍ନ ବ୍ଲକ ରୁ ବିଭିନ୍ନ ସରକାରୀ 14ଓ 17ବର୍ଷ ରୁ କମ ବୟସ ର ପଚାଶରୁ ଉର୍ଦ୍ଧ୍ ଜଣ ବାଳକ ବାଳିକା ଯୋଗଦେଇ ସୁଯ୍ୟ ନମସ୍କାର ପ୍ରାଣାୟମ ବକ୍ରlସନ୍ନ ଭଳି ବିଭିନ୍ନ ପ୍ରକାର ଆସନ କରିଥିଲେ l ଏବଂ ଚଉଦ ବୟସ ର କମ୍ ବିଭାଗ ରେ ବାଳକ ଜୁନିୟର ରେ ଚାରିଜଣ ବାଳିକା ସିନିୟର୍ ରେ ଚାରିଜଣ ସେହିପାରି ସତର ବୟସ କମ୍ ପ୍ରତିଯୋଗୀତା ରେ ବାଳକ ବିଭାଗ ରେ ଚାରିଜଣ ବାଳିକା ବିଭାଗ ରେ ଚାରିଜଣ ଏହିପରି ସର୍ବମୋଟ ଷୋହଳ ଜଣ ପ୍ରତିଯୋଗୀ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ସାମିଲ୍ ହେବାକୁ  ମନୋନିତ ହୋଇଥିବାର ଜଣାପଡିଛି l ଏହି ପ୍ରତିଯୋଗିତା ରେ ବିଚାରକ ଭାବେ  ନବଘନ ରାଉତ ଡ ନିରୋଦ କୁମାର ପ୍ରଧାନ ଦିବ୍ୟ ରଞ୍ଜନ ମହାନ୍ତି ଶ୍ରମତୀ ପ୍ରଭାସିନୀ ନିମଲ୍ ସଞ୍ଜୟ କୁମାର୍ ନରାଉତ ଦୁର୍ଗା ମାଧବ ବେହେରା  ସୁବୋଧ କୁମାର ଖରା ଶ୍ରମତୀ ଅର୍ଚ୍ଚନା କୁମାରୀ ପାଢ଼ୀ ନିଜର ଏକ କାଯ୍ୟ ସମ୍ପାଦିତ କରିଥିଲେ l ଏ ସମସ୍ତ ପ୍ରତିଯୋଗୀତା କୁ ଜିଲ୍ଲା ଶାରୀରିକ ଅଧିକାରୀ ଭୀମ ସେନ ବେହେରା ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS