BREAKING
Loading...
:

ମିଥ୍ୟା ପ୍ରଚାର କରି ପିଲାଙ୍କୁ ଢାଲ କରୁଛନ୍ତି ଯୁକ୍ତଦୁଇ ଘରୋଇ କଲେଜ*

 *ମିଥ୍ୟା ପ୍ରଚାର କରି ପିଲାଙ୍କୁ ଢାଲ କରୁଛନ୍ତି ଯୁକ୍ତଦୁଇ ଘରୋଇ କଲେଜ* 


 ଭୁବନେଶ୍ଵର (ମଣିଭଦ୍ରା ଖବର) ନିକଟରେ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। କିଛି କଲେଜର ଶତ ପ୍ରତିଶତ ବିଦ୍ୟାର୍ଥୀ ପାସ କରିଥିବା ବେଳେ ଆଉ କିଛି କଲେଜରେ ବିଦ୍ୟାର୍ଥୀ ଫେଲ ହୋଇଛନ୍ତି। ପରୀକ୍ଷା ଫଳ ଘୋଷଣା ପରେ ଘରୋଇ କଲେଜମାନେ ପ୍ରଚାର ଆରମ୍ଭ କରିଛନ୍ତି ଶତ ପ୍ରତିଶତ ରେଜଲ୍ଟ। କିନ୍ତୁ ସତ୍ୟତା ହେଲା ପିଲାଙ୍କୁ ଢାଲ କରିବା ପାଇଁ କିଛି ଘରୋଇ କଲେଜ ମିଥ୍ୟା ପ୍ରଚାର କରୁଛନ୍ତି। ଗଣଶିକ୍ଷା ବିଭାଗ ଏମାନଙ୍କ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ। ଅଭିଭାବକ ପିଲାଙ୍କ ନାମଲେଖା ସମୟରେ ସଠିକ୍ ଯାଞ୍ଚ କରନ୍ତୁ। ମିଳିଥିବା ସୂଚନା ପ୍ରକାରେ ବ୍ରହ୍ମପୁରରେ ଆରିୟନ୍ ଗୁରୁକୁଳ, କାଲାମ, ନାଳନ୍ଦାଶ୍ରୀ ଓ ନାଳନ୍ଦା ବିଜ୍ଞାନ କଲେଜ୍ ଏବଂ ଓ ଗୋବିନ୍ଦପୁର ଜ୍ଞାନବିକାଶ କଲେଜରେ ଶତ ପ୍ରତିଶତ ପରୀକ୍ଷା ଫଳ ପ୍ରଚାର କରାଯାଉଛି। କିନ୍ତୁ ଏହି କଲେଜ ମାନଙ୍କରେ ବିଦ୍ୟାର୍ଥୀ ଫେଲ କରିଥିବା ଜଣାପଡିଛି। ବ୍ରହ୍ମପୁରରେ ଆରିୟନ୍ ଗୁରୁକୁଳରେ ୧୦ ଜଣ ବିଦ୍ୟାର୍ଥୀ ଫେଲ୍ ହୋଇଥିବା ବେଳେ କାଲାମ ବିଜ୍ଞାନ କଲେଜରେ ୭ , ନାଳନ୍ଦାଶ୍ରୀ ଓ ନାଳନ୍ଦା ବିଜ୍ଞାନ କଲଜରେ ୧୨ ଜଣ ଏବଂ ଗୋବିନ୍ଦପୁର ଜ୍ଞାନବିକାଶ କଲେଜରେ ୩ଜଣ ଫେଲ ହୋଇଥିବା ଜଣାପଡିଛି। ଆଉ କିଛି କଲେଜ ବି ଏଭଳି ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ ଆସୁଛି। ନଜରକୁ ଆସିଲେ ସେମାନଙ୍କ ଅସଲ ଚେହେରା ବି ଖୋଲିବ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS