BREAKING
Loading...
:

ଗଣିଆ ଲଙ୍କା ପୋଡ଼ି ଯାତ୍ରା ଉଦଯାପିତ

 ଗଣିଆ ଲଙ୍କା ପୋଡ଼ି ଯାତ୍ରା ଉଦଯାପିତ 


ଗଣିଆ (ମଣିଭଦ୍ରା ଖବର) ଗଣିଆ ଲଙ୍କା ପୋଡ଼ି ଯାତ୍ରା ଉଦଯାପିତ ହୋଇଯାଇଛି । ୪ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ମୁଖ୍ୟ ବକ୍ତା ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବ୍ଳକ ବିଜେପି ସଭାପତି ମହାବୀର ମିଶ୍ର, ସଭାପତି ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ରଘୁନାଥ ଜୀଉ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା କରି ଅତିଥି ମାନଙ୍କୁ ମଞ୍ଚକୁ ପାଛୋଟି ନିଆଯାଇଥିଲା । ବର୍ଷାର ବିତ୍ପାତ ହୋଇଥିଲେ ମଧ୍ୟ ୪ ଦିନ ଧରି ଏହି ଯାତ୍ରା ମହୋତ୍ସବ ପଡିଆକୁ ବହୁ ସଂଖ୍ୟାରେ ଜନସମାଗମ ହୋଇଥିବାରୁ ଅତିଥି ମାନେ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଯାତ୍ରା ୪ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦଯାପନୀ ଉତ୍ସବରେ କଣ୍ଠଶିଳ୍ପୀ ଶଶାଙ୍କ ଶେଖରଙ୍କ ସଙ୍ଗୀତରେ ଝୁମି ଯାଇଥିଲେ ଉପସ୍ଥିତ ଦର୍ଶକ । ଯାତ୍ରା କମିଟିର ସଦସ୍ୟଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଯାତ୍ରା ସମାପ୍ତ ହୋଇଥିବାରୁ ସଭାପତି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS