ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଗଞ୍ଜେଇ ଜବତ, ଜଣେ ଗିରଫ
ଖଣ୍ଡପଡ଼ା ୩୦|୫ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନୂଆଗାଁ ଥାନା ଅଧିନ ସମ୍ପଡା ଗ୍ରାମରେ ଶୁକ୍ରବାର ଅଚାନକ ଚଢାଉ କରାଯାଇ ଜଣେ ବ୍ୟକ୍ତିଙ୍କ ଠାରୁ ୪ କେଜି ଗଞ୍ଜେଇ ଜବତ କରାଯିବା ସହ ତାକୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଥିବା ଜଣାପଡିଛି। ଅବକାରୀ ବିଭାଗ କର୍ମଚାରୀଙ୍କ ଦ୍ବାରା ଗିରଫ ବ୍ୟକ୍ତିଙ୍କ ନାମ ଚନ୍ଦନ କୁମାର (୨୮) ଓ ତାର ଘର ସୁଦୁର ବିହାର ରାଜ୍ୟର ବୈଶାଳୀ ଜିଲ୍ଲାରେ ବୋଲି ଜଣାପଡିଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ବୋଲି ବିଭାଗୀୟ ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି। ଚଢାଉ ଅଭିଯାନରେ ଏସଆଇ ଦୀପକ କୁମାର ଜେନାଙ୍କ ସମେତ ଦେବୀପ୍ରସାଦ ପାଣି ,ଶୁସାନ୍ତ କୁମାର ମହାପାତ୍ର ଓ ଅନ୍ଯ କର୍ମଚାରୀମାନେ ସାମିଲ ହୋଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment