BREAKING
Loading...
:

କିକ୍ ବକ୍ସିଂ ରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ଭାପୁର ବ୍ଲକ ଅଞ୍ଚଳର ପୁଅ ।

 କିକ୍ ବକ୍ସିଂ ରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ଭାପୁର ବ୍ଲକ ଅଞ୍ଚଳର ପୁଅ ।



 ଭାପୁର, ୨୯/୫( ବିଭୂତି ମହାପାତ୍ର) ନୟାଗଡ ଜିଲ୍ଲା ଭାପୁର ବ୍ଲକ ବିଜିପୁର ପଞ୍ଚାୟତ ଶୁକପୋଖରୀ ଗ୍ରାମର ବଳରାମ ମହାରଣାଙ୍କ ପୁଅ ଆଶୁତୋଷ ମହାରଣା ଆନ୍ତର୍ଜାତୀୟ କିକ୍ ବକ୍ସିଂ ରେ ସ୍ଵର୍ଣ୍ଣପଦକ ଜିତି ଭାରତ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଗତ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ର ରାଜଧାନୀ ବ୍ୟାଙ୍କକ୍ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ କିକ୍ ବାକ୍ସିଂ ପ୍ରତିଯୋଗିତାରେ ଦେଶ ରୁ ୧୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବାଳିକା ଏବଂ ଅନ୍ୟ ୯ ଜଣ ବାଳକ ଥିଲେ । ସେହି ୧୦ ଜଣଙ୍କ ମଧ୍ୟରୁ ଓଡ଼ିଶାରୁ କୋଚ୍ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶାର ଏହି ୫ ଜଣିଆ ଦଳ ୨ ଗୋଟି ସ୍ୱର୍ଣ୍ଣ, ୨ ଗୋଟି ରୌପ୍ୟ ଏବଂ ୧ ଗୋଟି ବ୍ରୋଞ୍ଜ ପଦକ ଜିତାଇ ଭାରତ ପାଇଁ ସୁନାମ ଆଣିଥିଲେ । ଭାପୁର ମାଟିର ପୁଅ ଆଶୁତୋଷ ଫାଇନାଲ ରେ ପାକିସ୍ଥାନ ର  ଆସିଫ୍ ମଲ୍ଲିକ ଙ୍କୁ ହରେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ଆଶୁତୋଷ ଗତ ୧୦ ବର୍ଷ ହେଲା ଭୁବନେଶ୍ୱର ର ୟୁନିଟ୍ ୬ ନମ୍ବରସ୍ଥ ପ୍ୟୁମାସ୍ ଇଣ୍ଟରନ୍ୟାସନାଲ ସେଣ୍ଟର ରେ କିକ୍ ବକ୍ସିଂ ପ୍ରଶିକ୍ଷଣ ନେଉଛନ୍ତି ଏବଂ ମହର୍ଷି ମହାବିଦ୍ୟାଳୟ,ଭୁବନେଶ୍ୱର ରେ ଯୁକ୍ତ ୩ ବିଜ୍ଞାନ ର ଦ୍ଵିତୀୟ ବର୍ଷ ର ଛାତ୍ର । 

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS