ବାଙ୍କୀ ଏନ୍.ଏ.ସି ଅଞ୍ଚଳରୁ ବର୍ଷଜଳ ନିଷ୍କାସନ ବ୍ୟବସ୍ଥାର ମାଷ୍ଟର ପ୍ଲାନ୍ର କର୍ମଶାଳା ଅନୁଷ୍ଠିତ
ବାଙ୍କୀ,(ମାନସ ରଞ୍ଜନ ସାହୁ ):ବାଙ୍କୀ ଏନ୍.ଏ.ଏସି ଅନ୍ତର୍ଗତ ୧୭ଟି ୱାର୍ଡର ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ମାଷ୍ଟରପ୍ଲାନ୍ ଅନୁଯାୟୀ ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ଯୋଜନାର ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ପାଇଁ ନିକଟରେ ପରିଷଦର ପକ୍ଷରୁ ଟେଣ୍ଡର କରାଯାଇଥିଲା । ଟେଣ୍ଡର ପକାଇବାର ଯୋଗ୍ୟବିବେଚିତ ବୈଶୟିକ ସଂସ୍ଥା ଇକୋମେଟ୍ରିକ୍ସ୍ କନସଲଟାନ୍ସି ପ୍ରା.ଲିଃକୁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ସଂସ୍ଥା ଆଗାଭୀ ୬ମାସ ମଧ୍ୟରେ ପରିଷଦର ସମସ୍ତ ୧୭ଗୋଟି ୱାର୍ଡରୁ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ସର୍ଭେକାର୍ଯ୍ୟ ଆରମ୍ଭ କରବା ପୂର୍ବରୁ ପରିଷଦର ସମସ୍ତ କାଉନସିଲରମାନଙ୍କୁ ନେଇ ଏନ୍.ଏ.ସି ସଭାଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଆଧୁନିକ ଯନ୍ତ୍ରପାତି , ଔଷଧ, ଡ୍ରୋନ୍ ମାଧ୍ୟମରେ ସର୍ଭେ କରାଯିବ । ପ୍ରତ୍ୟେକ ୱାର୍ଡର ବର୍ଷାଜଳକୁ ଡ୍ରେନ୍ ମାଧ୍ୟମରେ ଅଣାଯାଇ ମୁଖ୍ୟଡ୍ରେନରେ ପକାଯାଇ ଏହାକୁ ମହାନଦୀ କିମ୍ବା ତା’ର ଶାଖା ନଦୀରେ ପକାଯିବାର ବ୍ୟବସ୍ଥା କରାଯିବ । ସର୍ଭେ କାର୍ଯ୍ୟପରେ ପରିଷଦ ମଞ୍ଜୁରୀ କରାଯାଇ ଆଇ.ଏଲ ୍. ଡବ୍ଲୁ ଙ୍କ ଠାରୁ ବୈଶିୟିକ ମଞ୍ଜୁରୀ ପରେ ଏହି ଡ୍ରେନେଜ୍ ବ୍ୟବସ୍ଥାର ବି.ପି.ଆର.କୁ ଅନୁମୋଦନ ନିମନ୍ତେ ନଗର ଉନ୍ନୟନ ବିଭାଗକୁ ପଠାଯିବ । ସରକାର ବର୍ଷାଜଳ ନିଷ୍କାସନ କରିବା ପାଇଁ ଗୁରୁତ୍ୱ ଦେଉଥିବାରୁ ଏହି ମାଷ୍ଟର ପ୍ଲାନ୍ ଅନୁଯାୟୀ ଡ୍ରେନେଜ୍ ବ୍ୟବସ୍ଥା ହେଲେ ବାଙ୍କୀ ସହର ବର୍ଷା ଦିନେ ସମ୍ମୁଖୀନ ହୋଇଥିବା ଜଳବନ୍ଦୀ ସମସ୍ୟାକୁ ସ୍ଥାୟୀ ଭାବରେ ମୁକ୍ତି ମିଳିପାରିବ । ଇକୋମେଟ୍ରିକ୍ସ୍ ସଂସ୍ଥାର ବୈଷୟିକ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହି କିଭଳି ସର୍ଭେକାର୍ଯ୍ୟ କରାଯିବ କାଉନସିଲରମାନଙ୍କୁ ଅବଗତ କରାଇଥିଲେ ଏବଂ ସବୁପ୍ରକାର ସର୍ଭେ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ କାଉନସିଲରମାନଙ୍କୁ ଅନୁରୋଧ କରିଥିଲେ । ଏହି କର୍ମଶାଳାରେ ନଗରପାଳ ମାଣିକ ସାହୁ, ଉପନଗରପାଳ ସନ୍ତୋଷ କୁମାର ରଣା, ସମସ୍ତ କାଉନସିଲର , ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ, ସହକାରୀ ଯନ୍ତ୍ରୀ ରମେଶ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ମତାମତ ଦେଇଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق