BREAKING
Loading...
:

ସରିଲା_ନିଷ୍ପତ୍ତି_ଏବେ_ଆକ୍ସନ୍ .

 *ସରିଲା_ନିଷ୍ପତ୍ତି_ଏବେ_ଆକ୍ସନ୍ 



ସରିଲା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ। ୩ ସେନାଙ୍କ ହାତ ଖୋଲିଦେଲେ ପ୍ରଧାନମନ୍ତ୍ରୀ। କହିଲେ ଆତଙ୍କୀଙ୍କ ଅଣ୍ଟା ଭାଙ୍ଗିଲା ଭଳି ସ୍ଥିତି କର। ଶୈଳୀ, ଲକ୍ଷ୍ୟ, ସମୟ ସେନା ନିଷ୍ପତ୍ତି ନେଉ।*

*ପହଲଗାମ୍ ହମଲାର ବଦଲା ପାଇଁ ସେନାକୁ ସବୁଜ ସଙ୍କେତ । ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଙ୍କେତ । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ମିଳିଲା ପୂର୍ଣ୍ଣ କ୍ଷମତା ।*

*ପହଲଗାମ୍‌ ହମ୍‌ଲାର ବଦଲା ନେବା ପାଇଁ ସେନାକୁ ମିଳିଲା ଗ୍ରୀନ ସିଗ୍‌ନାଲ । ପାକିସ୍ତାନକୁ ମିଳିବ ମୁହଁତୋଡ଼ ଜବାବ । ଯେକୌଣସି ମୁହୂର୍ତ୍ତରେ, ଯେକୌଣସି ସ୍ଥାନରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ଭାରତୀୟ ସେନା । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ପାକିସ୍ତାନଠୁ ପହଲଗାମ୍ ହମଲାର ବଦଲା ନେବାକୁ ଭାରତର ତିନି ସେନାକୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ମିଳିଛି ପୂର୍ଣ୍ଣ କ୍ଷମତା । ଏନେଇ ୩ ସେନା ମିଳିତ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।*

*ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆତଙ୍କବାଦକୁ କଡ଼ା ଜବାବ ଦେବା ଆମର ରାଷ୍ଟ୍ରୀୟ ସଂକଳ୍ପ । ସେନା ଉପରେ ପୂର୍ଣ୍ଣ ବିଶ୍ୱାସ ଓ ଭରସା ଅଛି । ଆମର ଆକ୍ରମଣର ଶୈଳୀ, ଲକ୍ଷ୍ୟ, ସମୟ ନେଇ ନିଷ୍ପତ୍ତି ନେବାକୁ ସେନାକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ପ୍ରଦାନ କରାଯାଇଛି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏହି ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ବସିଥିଲା ।*


*୯୦ ମିନିଟ୍ ଧରି ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, NSA ଅଜିତ୍ ଡୋଭାଲ, ସିଡିଏସ୍‌ NSA ଅଜିତ ଡୋଭାଲ, ସିଡିଏସ୍ ଜେନେରାଲ୍ ଅନୀଲ ଚୌହ୍ବାନ ଉପସ୍ଥିତ ଥିଲେ । ୩ ସେନାର ମୁଖ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । ପହଲଗାମ୍ ହମଲା ପରେ ଏହା ହେଉଛି ସବୁଠୁ ବଡ଼ ବୈଠକ । ଯେଉଁଥିରେ ସୁରକ୍ଷା ଏଜେନ୍ସିର ସମସ୍ତ ଶୀର୍ଷ ଅଧିକାରୀ ଉପସ୍ଥିତ ରହିଥିଲେ ।ପହଲଗାମ୍ ଆକ୍ରମଣ ପରେ ଆଜି ପ୍ରଥମ ଥର ପାଇଁ ୩ ସେନା ମୁଖ୍ୟଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ବୈଠକରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଥିବା ସୂଚନା ମିଳୁଛି । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୃହମନ୍ତ୍ରୀ ଅମିତ ଶାହ ଭେଟିଛନ୍ତି । ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ତା'ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ, NSA, CDS ଓ ୩ ସେନା ମୁଖ୍ୟଙ୍କ ସହ ପିଏମ୍ ମୋଦିଙ୍କ ବୈଠକକୁ ନେଇ ଚର୍ଚ୍ଚା ବଢିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS