BREAKING
Loading...
:

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ର ପ୍ରଦାନ

 ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ର ପ୍ରଦାନ


ରାୟଗଡ଼ା 

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ଦାବୀ ପୁରଣ ଲାଗି ଦେଶ ସାରା ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର କୈାଣସି ଆନ୍ତରିକତା ଦେଖାଉ ନାହାନ୍ତି। ସର୍ବ ନିମ୍ନ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି କରିବା ସହ ମହଙ୍ଗା ଭତ୍ତା ପ୍ରଦାନ କରିବା, ମାନ୍ୟବର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଆଧାରରେ ବିଭାଗୀୟ କର୍ତ୍ତୃପକ୍ଷ ବର୍ଦ୍ଧିତ ପେନସନ ପ୍ରଦାନରେ ଅହେତୁକ ବିଳମ୍ବ ପ୍ରଦର୍ଶନ କରୁଛନ୍ତି। ଦେଶରେ ୮୦ ଲକ୍ଷରୁ ଉର୍ଦ୍ଧ୍ଵ ଈପିଏଫ୍ ପେନସନର୍ ତଥା ବରିଷ୍ଠ ନାଗରିକ ମାନଙ୍କ ପ୍ରତି କେନ୍ଦ୍ର ସରକାର କ୍ରମାଗତ ଅବିଚାର-ଅବହେଳା କରି ଚାଲିଛନ୍ତି। ୨୦୧୩ ରେ ଭଗତସିଂ କୋସିଆରିଙ୍କ ଅଧ୍ୟକ୍ଷତାରେ ପାର୍ଲିଆମେଣ୍ଟ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ପେନସନର ମାନଙ୍କୁ ସର୍ବ ନିମ୍ନ ମାସିକ ପେନସନ ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲେ। ଏପରିକି, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ମୁଖପାତ୍ର ଶ୍ରୀ ପ୍ରକାଶ ଜାଭେଦକର୍, ବିଜେପି ସରକାର ଆସିଲେ ସର୍ବ ନିମ୍ନ ପେନସନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଥଲେ। ପୁନଶ୍ଚ,୨୦୧୮ରେ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଧ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲେ। ତେବେ ପରିତାପର ବିଷୟ କେନ୍ଦ୍ର ସରକାର ବୟସର ଅପରାହ୍ନରେ ଥିବା ପେନସନରଧାରୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି।

ଯୁକ୍ତି-ଯୁକ୍ତ-ନ୍ୟାୟ ସଙ୍ଗତ ଦାବୀ ପୂରଣ କରିବା ଦିଗରେ ଖିଲାପ କଲେ, ଇପିଏଫ୍ ପେନସନରସ୍ ତଥା ଅବହେଳିତ ବରିଷ୍ଠ ନାଗରିକ ମାନେ ଆଗାମୀ ଦିନରେ ଦୃଢରୁ ଦୃଢ଼ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS