ବିରତୁଙ୍ଗ ଓ କର୍ମଳା ମପନଡା ଗ୍ରାମବାସୀମାନଙ୍କ ଦ୍ୱାରା ୧୦୦ରୁ ଉର୍ଦ୍ଧ୍ବ ଗୋମାତା ଉଦ୍ଧାର ଜଣେ ଅଟକ ।
ଗୋ ଚାଲାଣ କାରୀଙ୍କ ଏବେ ବୁଲା ଗାଈଙ୍କ ଉପରେ ନଜର । ବୁଲା ଗାଈ କୁ ନେଉଥିବା ବେଳେ ଶହେ ରୁ ଉର୍ଦ୍ଧ୍ବ ଗାଇକୁ ଜବତ କରି ଜଣକୁ ଗୋପ ଥାନା ଜିମାରେ ଦେଇଛନ୍ତି । ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବିରତୁଙ୍ଗ ପଞ୍ଚାୟତ କର୍ମଳା ମନପଡ଼ା ଗ୍ରାମ ସହିତ ବିରତୁଙ୍ଗ ଗ୍ରାମରେ । ଗତ ଅପ୍ରେଲ ୨୧ ତାରିଖ ବୁଧବାର ଦିନ ସନ୍ଧ୍ୟା ସମୟରେ କେତେକ ଗୋ ଚାଲାଣ କାରୀ ୧ଶହ ରୁ ଉର୍ଦ୍ଧ୍ବ ଗାଈ ଆଣି ଆସୁଥିବା ବେଳେ ପ୍ରଥମେ ବିରତୁଙ୍ଗ ଠାରେ ଗ୍ରାମର କେତେକ ଯୁବକ ଅଟକାଇ ପଚରା ଉଚ୍ଚତା କରି ୩୦ ରୁ ଉର୍ଦ୍ଧ୍ବ ଗାଈ ଜବତ କରିଥିବା ବେଳେ କର୍ମଳା ମନପଡ଼ା ଠାରେ ଗ୍ରାମର ଗ୍ରାମବାସୀମାନେ ଉକ୍ତ ଗାଇ କୁ ଅଟକାଇବା ସମୟରେ ୩ ଜଣ ଗୋ ଚାଲାଣ କାରୀ ମଧ୍ୟରୁ ଜଣକୁ ଅଟକାଇ ୪୦ ରୁ ଉର୍ଦ୍ଧ୍ବ ଗାଈ ଜବତ କରିଥିଲେ ।ପରେ ଗ୍ରାମବାସୀମାନେ ସମୂହ ଏକ ଲିଖିତ ଅଭିଯୋଗ ସ୍ଥାନୀୟ ଗୋପ ଥାନାରେ ଦେଇଥିଲେ ।ଏହି ଅଭିଯୋଗ ପାଇଁ ଗୋପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈ ମାନଙ୍କୁ ଉଦ୍ଧାର କରିବା ସହିତ ଉକ୍ତ ଆସାମୀ କୁ ଗିରଫ କରି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି । ଏତେ ସଂଖ୍ୟାରେ ଗାଈ କେଉଁଠୁଁ ଆଣିଲେ ଏହି ଗୋ ଚାଲାଣ ରେ କେଉଁମାନେ ଥିଲେ ,ଏହି ରେୟାକେଟରେ କାହାର ସବୁ ହାତ ଅଛି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ଏକ ଗୋ ଚାଲାଣ କାରୀ ଙ୍କୁ ଜେଲେ ଦଣ୍ଡ ଦେବାପାଇଁ ସାଧାରଣ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment