ବର୍ଷା ପାଣିରେ ଦୋକାନ ଭିତରେ ପଶିଲା ପାଣି, ପିଆଜ ରସୁଣ ଭାସିଗଲା
କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏପରି ଦେଖିବାକୁ ମିଳିଛି ପାଟଣା ବ୍ଲକ ଜଡ଼ିଚାତର ପଞ୍ଚାୟତର ଶରଧାପୁର ଛକରେ ଥିବା କିଛି ଦୋକାନ ଘରେ ବର୍ଷା ପାଣି ପଶି ଯାଇଛି ଉକ୍ତ ଗ୍ରାମର ମଦନ ମହାନ୍ତ,ଆଡଭାନୀ ନାୟକଙ୍କ ଟସ୍କର ନାଏକ, ଦୋକାନ ଘରେ ପାଣି ପଶି ଅଟା,ବେସନ,ସିମେଇ ଆଦି ନଷ୍ଟ ହୋଇଥିବା ବେଳେ ଡାଲି ଚାଉଳ ବୁଡି ପିଆଜ,ରସୁଣ ଆଦି ପାଣିରେ ଭାସିଯାଇଛି ପାଖ ମିନି ଷ୍ଟାଡିୟମରେ ପାଣି ଯିବାକୁ ବାଟ ନଥିବାରୁ ସେହି ପାଣି ଝରି ଦୋକାନ ଘରେ ପଶିଯାଆଊ ବୋଲି ଅଭିଯୋଗ ହୋଇଛି। ରାସ୍ତା କଡେ ସେହିପରି ଡ୍ରେନ କାମ ଅଧା ଥିବାରୁ ଏହିପରି ମନୁଷ୍ୟକୃତ ବନ୍ୟା ହେଉଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment