ଜଙ୍ଗଲି କୁଟୁରାକୁ ଉଦ୍ଧାର କଲେ ଦୁଇ ଶିକ୍ଷକ
ନୟାଗଡ (ମଣିଭଦ୍ରା ଖବର) ମଙ୍ଗଳବାର ସକାଳ ୫ ଘଟିକା ୪୫ମିନିଟରେ ବଲାଙ୍ଗି ପାର୍କରେ ପ୍ରାତଃ ଭ୍ରମଣ କଲାବେଳେ ଏକ ଗର୍ଭବତୀ କୁଟୁରାକୁ ପାର୍କ ମଧ୍ୟରେ ଥିବା ଏକ ଜଳାଶୟରୁ ଉଦ୍ଧାରକରି ଜିଲ୍ଲା ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି ଦୁଇ ଶିକ୍ଷକ। ଏହି ଦୁଇ ଜଣ ଶିକ୍ଷକ ହେଉଛନ୍ତି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ଶିକ୍ଷକ ପ୍ରତାପ କୁମାର ପରିଡ଼ା । ପରିଡ଼ା ଜଳାଶୟ ମଧ୍ୟରେ ସାହସର ସହ ପ୍ରବେଶ କରି ସେହି କୁଟୁରାକୁ ଉଦ୍ଧାର କରିଥିଲେ । ଶ୍ରୀ ସାହୁ ବନ ବିଭାଗକୁ ଫୋନ କରି ଜଣାଇଥିଲେ । ପାର୍କ ମଧ୍ୟରେ ଥିବା ଅନ୍ୟ ଜନ ସାଧାରଣ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।ପ୍ରାତଃ ଭ୍ରମଣ କଲାବେଳେ ଏକ ଆହତ ଗର୍ଭବତୀ କୁଟୁରାକୁ ଜଳାଶୟ ମଧ୍ୟରୁ ଉଦ୍ଧାରକରି ଜିଲ୍ଲା ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ଦୁଇ ଆଦର୍ଶ ଶିକ୍ଷକଙ୍କୁ ସେହି ସହଯୋଗ କାର୍ଯ୍ୟ ପାଇଁ ଡି. ଏଫ୍.ଓ ଏବଂ ଜନସାଧାରଣ ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।।
ମଣିଭଦ୍ରା ଖବର, ନୟାଗଡ଼
Post a Comment