କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ, ଆନ୍ଦୋଳନ ଦାନା ବାନ୍ଧୁଛି
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଏନ୍ ଏ ସି କାର୍ଯ୍ୟ ନିର୍ବାହ ଅଫିସର ଙ୍କ କାର୍ଯ୍ୟ କଳାପକୁ ନେଇ ସହର ରେ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଖଣ୍ଡପଡ଼ା ସହରାଞ୍ଚଳ ବିକାଶ ପାଇଁ ରାଜ୍ୟ ସରକାର ଙ୍କ ଦ୍ଵାରା ସହରାଞ୍ଚଳ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାପାଇଁ ପଦକ୍ଷେପ ନେଇ ବହୁ ଅର୍ଥ ରାଶି ପ୍ରଦାନ କରିଛନ୍ତି। ସହରାଞ୍ଚଳ ପାରିପାର୍ଶ୍ବିକ ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଖଣ୍ଡପଡ଼ା ଏନ୍ ଏ ସି କତୃପକ୍ଷ ପ୍ରଦାନ କରୁଥିବା ଅନୁଦାନ ଅର୍ଥ ରାଶି ଠିକ୍ ବାଟରେ ବିନିଯୋଗ ନ କରି ବାଟମାରଣା ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ରାଜ୍ୟ ନଗର ଉନ୍ନୟନ ବିଭାଗ ଦ୍ଵାରା ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ପ୍ରସାରଣ, ଓ ସ୍ବଛପରିମଳ,ଆବାସ ଯୋଜନା, ବିଦୁ୍ୟତ ସଂଯୋଗୀ କରଣ, ରାସ୍ତା ପାର୍ଶ୍ବରେ ଥିବା ଡ୍ରେନ ଗୁଡ଼ିକ ର ମରାମତି କାର୍ଯ୍ୟ, କୋୖଣସି ଗୋଟିଏ ହେଲେ ଉନ୍ନତିକରଣ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପାଦନା ସୋଇପାରୁନଥିବାରୁ ସହରର ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି ଓ ଅସୋନ୍ତୋସ ପ୍ରକାଶ କରିଛନ୍ତି।
ସ୍ବଛପରିମଳ ଯୋଜନା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବେଳେ ସଫେଇ କାର୍ଯ୍ୟରେ ନିୟୋଜିତ ଘରୋଇ କରଣ ସଂସ୍ଥାକୁ ବକେୟା ପ୍ରାପ୍ୟ ବିଳମ୍ବ ଯୋଗୁଁ ଗତ୫ଦିନ ଧରି ସଫେଇ କର୍ମଚାରୀ ସବୁ କାର୍ଯ୍ୟ ବନ୍ଦ କରିଛନ୍ତି ଏହାଦ୍ବାରା ସହରର ବିଭିନ୍ନ ଗଳିକନ୍ଦିରେ ରାସ୍ତାଘାଟ ଉପରେ ଅଳିଆଗଦା ପଡ଼ିରହିଛି। ସହରାଞ୍ଚଳ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ସହରାଞ୍ଚଳ ବିକାଶ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ଜନସଚେତନତା ସୃଷ୍ଟି କରିବାକୁ
ରାସ୍ତାର ପାଖରେ ହୋଡିଙ୍ଗ ଓ ସ୍ବଛପରିମଳ ର ଚିତ୍ର ସବୁ ଦେଖି ପସନ୍ଦ ହେଉ ଅଛି। କିନ୍ତୁ କର୍ମଚାରୀ ମାନଙ୍କୁ କାମକରିଥିବାବକାୟାଟଙ୍କା ନଦେବା ପାଇଁ ଖଣ୍ଡପଡା ଏନ୍ଏ ସି କାର୍ଯ୍ୟ ନିର୍ବାହ ଅଫିସର ଠିକ୍ ଭାବରେ ଟଙ୍କା ଖର୍ଚ୍ଚ ନକରି ଓ ମନମୂଖି ଭାବେ ଖର୍ଚ୍ଚ କରୁଥିବା ର ଅଭିଯୋଗ କରିଛନ୍ତି। ଫଳରେ ସହରାଞ୍ଚଳ ର ପରିବେଶ ଓ ପରିମଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅଧାଗଢ଼ା ହୋଇ ରହିଛି ସେହିପରି ଆବଶ୍ୟକ ନଥାଇ ମଧ୍ୟ ସୁନାମୁହି ଡ଼୍ୟାମ ସମ୍ମୁଖରେ ଆମ୍ବ ଆକୃତି ରଭେଣ୍ଡିଙ୍ଗ ଜୋନର ଆବଶ୍ୟକତା ନଥିଲା ଓ ବିରାଟ କାର ଜାତୀୟ ପତାକା ଖମ୍ବ ତିଆରି କରାଯାଇଛି କିନ୍ତୁ ପତକା ନାହିଁ। ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ବେୟ କରି ଟଙ୍କା ବରାଦ କରାଯାଇଛି ଏହା କୁ ତଦନ୍ତ ଭୁକ୍ତ କରିବା ପାଇଁ ସରକାରଙ୍କ ଠାରେ ଉପସ୍ଥାପନ କରିଛନ୍ତି ସହରବାସୀ। ଖଣ୍ଡପଡ଼ା ସହରର ୨ ନମ୍ବର ନୂଆ ପୋଖରୀ ହୁଡ଼ାରେ ଏକ ସ୍ମାର୍ଟ ପ୍ରାକ୍ ସେଠାରେ ଅନାବଶ୍ୟକ ତା ଥିବା ବେଳେ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କରାଯାଉ ଅଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦୃଷ୍ଟିରଖି ଏହାର ତୁରନ୍ତ ପଦକ୍ଷେପ ନେବା ପାଇଁ ସହରବାସୀ ଅଭିଯୋଗ କରିଛନ୍ତି। ଏହି ଭଳି ଘୋଟାଲା ଅଫିସର ଙ୍କ କାର୍ଯ୍ୟ କଳାପ ପ୍ରତି ଦୃଷ୍ଟି ଦିଆଯିବା ଜରୁରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment