BREAKING
Loading...
:

ନିଶାଦ୍ରବ୍ୟ ଚୋରାଚାଲାଣ ର ମାଧ୍ୟମ ପାଲଟିଛି ମହାନଦୀ ସେତୁ

 ନିଶାଦ୍ରବ୍ୟ ଚୋରାଚାଲାଣ ର ମାଧ୍ୟମ ପାଲଟିଛି ମହାନଦୀ ସେତୁ 


ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ସିଧାମୃଳା  ଗ୍ରାମ ଠାରେ ଅବସ୍ଥିତ ମହାନଦୀ ସେତୁ ଦେଇ ମାଫିଆ ମାନେ ନିଶାଦ୍ରବ୍ୟ ର ଅବାଧ କାରବାର ଚଳାଇ ଥିବା ଜଣାପଡିଛି।ସୁଧୁରିବାରେ ସମ୍ବଲପୁର, ଅନୁଗୁଳ, କଟକ, ଅଞ୍ଚଳ କୁ ଏହି ସିଧାମୁଳା ସେତୁ ଦେଇ କୋରାପୁଟ, କନ୍ଧମାଳ ଜିଲ୍ଲା ଅଞ୍ଚଳ ରୁ ଚୋରା ଗଞ୍ଜେଇ,ଭାଙ୍ଗ,ଦେଶୀଓବଦେଶୀ ମଦ ସହିତ ଚୋରାରେ ଧଳା ଜହର ପ୍ରଭୁତି ମାଫିଆ ମାନଙ୍କ ଦ୍ବାରା ନିଶାଦ୍ରବ୍ୟ ର କାରବାର ହେଉଥିବା ଜଣାପଡିଛି। ବିଶେଷ କରି ବିଳମ୍ବିତ ରାତିରେ ଯାନବାହାନ ଯୋଗେ ମାଫିଆ ମାନେ ନିଶାଦ୍ରବ୍ୟ ଅବାଧ ରେ ଚାଲାଣ କରୁଥିବା ର ନଜର ରହିଛି। କଣ୍ଟିଲୋ ଫାଣ୍ଡି ପୋଲିସ ଟିମ ରାତିରେ ପେଟ୍ରୋଲି ବେଳେ ବିଭିନ୍ନ ସମୟରେ ଯାନବାହାନ ଯାଞ୍ଚ କରି ବିପୁଳ ପରିମାଣର ଗଞ୍ଜେଇ,ଦେଶି ମଦ ଜବତ କରି ବାରେ ସକ୍ଷମ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି। ପ୍ରକାଶ ଥାଉଁ କିସିଧାମୁଳା ଠାରେ ମହାନଦୀ ଉପରେ ସେତୁ ନିର୍ମାଣ ହେବା ପରେ କଟକ, କେନ୍ଦୁଝର,, ଅନୁଗୁଳ, ଢେଙ୍କାନାଳ ଜିଲ୍ଲା ସହ କୋରାପୁଟ, ଫୁଲବାଣୀ, କନ୍ଧମାଳ, ନୟାଗଡ଼ ଜିଲ୍ଲା ମଧ୍ୟରେ ସଡ଼କ ପଥରେ ସମ୍ପର୍କରେ ବୃଦ୍ଧି ପାଉଛି। ଏହାର ସୁଯୋଗ ନେଇ ନଶା ବେପାରୀ ଙ୍କ ଠାରୁ ଆରମ୍ଭ କରି ମାଫିଆ ମାନେ ବେଶ୍ ସକ୍ରିୟ ହୋଇ ଉଠିଥିବା ଜଣାଯାଉଛି । କଣ୍ଟିଲୋ ଫାଣ୍ଡି ପୋଲିସ କତ୍ତୃପକ୍ଷ ଅଧିନ ରେ ଥିବା ଏହି ସିଧାମୁଳା ସେତୁ ଉପରେ ନେଇ କିବା ଦିନ ଓ ରାତିରେ ଶହ ଶହ ସଂଖ୍ୟାରେ ଯାନବାହାନ ଚଳାଚଳ କରୁଛି। ତେବେ କେଉଁ ଯାନବାହାନ ଯୋଗେ କେତେବେଳେ ନିଶାଦ୍ରବ୍ୟ ର ଚୋରା ଚାଲାଣ ହେଉଛି।ସେ ସମ୍ପର୍କରେ ଟେର ପାଇବା ପୋଲିସ ଓ ଅବକାରୀ କର୍ମଚାରୀମାନ ଙ୍ଗ ପାଇଁ ଚିନ୍ତା ର କାରଣ ପାଲଟିଥିବା ବେଳେ ଏବେ ଖଣ୍ଡପଡ଼ା ଅଞ୍ଚଳ ର ଯୁବ ପିଢୀ ପଥଭଷ୍ଟ ହୋଇ ଧଳା ଜହର ପଛରେ ପଡ଼ିଯାଇଥିବା ଜଣାପଡିଛି। ପାନ ଦୋକାନ, ଜଳଖିଆ ଦୋକାନ ସମେତ ତେଜରାତି ଦୋକାନ ରେ ମଧ୍ୟ ସୁଲଭଦରରେ ନିଶାଦ୍ରବ୍ୟ ବିକ୍ରୀ ହେଉଥିବା ଜଣାପଡିଛି। ଏଥିପ୍ରତି ଅବକାରୀ ଓ ପୋଲିସ ବିଭାଗ ଉଚ୍ଚ କତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ସର୍ବସାଧାରଣ ରେ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS