ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ଅବ୍ଯବସ୍ଥା ନେଇ ଗଣ ବିକ୍ଷୋଭ
ରାଇରଙ୍ଗପୁର (ମଣିଭଦ୍ରା ଖବର ) ସୂଚନାଯୋଗ୍ଯ, ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଖନ୍ତ ପଞ୍ଚାୟତ ମଦନଶିଳା ଗ୍ରାମର ଶଙ୍କର ନାଏକ ତାଙ୍କର ମୂତକ ସ୍ତ୍ରୀ ନନ୍ଦିନୀ ନାଏକ(୨୧) ପ୍ରସବ ବେଦନା ହେବାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦୮ ଆମ୍ବୁଲେନ୍ସ ଯୋଗେ ମେ ମାସ ୧୯ ତାରିଖ ଚିକିତ୍ସା ନିମନ୍ତେ ନାମ ପଞ୍ଜୀକରଣ କରିଥିଲେ l ମେ ମାସ ୨୦ ତାରିଖ କନ୍ଯାରତ୍ନ ସୁସ୍ଥ ଭାବରେ ଡାକ୍ତରୀଦଳ ପ୍ରସବ କଲେ l କିନ୍ତୁ ନନ୍ଦିନୀ ନାଏକଙ୍କର ସ୍ବାସ୍ଥ୍ଯ ଅବସ୍ଥା ବିଗିଡିଗଲା l ତାଙ୍କର ପ୍ରବଳ ମାତ୍ରାରେ ରକ୍ତସ୍ରାବ ହେଉଥିଲା l ସ୍ବାମୀ ଶଙ୍କର ନାଏକ ନର୍ସମାନଙ୍କୁ ସୂଚନା ଦେଲେ l ମାତ୍ର ନର୍ସମାନେ ତାଙ୍କ ପାଖକୁ ଆସିଲେ ନାହିଁ କିମ୍ବା ଔଷଧପତ୍ର ଦେଲେ ନାହିଁ l ଡାକ୍ତରମାନେ ମଧ୍ଯ ସ୍ଥାନାନ୍ତରଣ କରିବା ପାଇଁ ପଦକ୍ଷେପ ନେଲେ ନାହିଁ l ଯାହା ଫଳରେ ମେ ମାସ ୨୧ ତାରିଖ ଦିବା ୧୨ ଟା ସମୟରେ ସେ ଅଚେତ ହୋଇ ପଡିଗଲେ l ସ୍ବାମୀ ନର୍ସମାନଙ୍କୁ ଡାକିଲେ l କିନ୍ତୁ ଡାକ୍ତର ଚିକିତ୍ସା କରିବା ପୂର୍ବରୁ ଯାଞ୍ଚ ପରେ ନନ୍ଦିନୀ ନାଏକଙ୍କୁ ମୁତ ଘୋଷଣା କଲେ l ତେଣୁ ମୁତକଙ୍କ ସ୍ବାମୀ ଦାୟିତ୍ବରେ ଥିବା କାର୍ଯ୍ଯରତ ଡାକ୍ତରଙ୍କ ଯୋଗୁଁ ତାଙ୍କ ସ୍ତ୍ରୀଙ୍କ ମୁତ୍ଯୁ ହୋଇଛି ବୋଲି ଅଭିଯୋଗ କରିଥିଲେ l ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା କମିଟୀର କର୍ମକର୍ତ୍ତାଗଣ ସ୍ଥାନୀୟ ମୁର୍ମୁଛକ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସେମାନଙ୍କ ଦାବୀଗୁଡିକ ହେଲା - ୧) ମୁତକ ନନ୍ଦିନୀ ନାଏକଙ୍କ ସ୍ବାମୀଙ୍କୁ ୨୦ ଲକ୍ଷ ଟଙ୍କା ଦିଆଯାଉ l ୨) ଅସହାୟ କନ୍ଯାରତ୍ନ ସାବାଳିକା ହେବା ପର୍ଯ୍ଯନ୍ତ ଭରଣପୋଷଣ ଦାୟିତ୍ବ ସରକାର ନିଅନ୍ତୁ l ୩) ଦାୟିତ୍ବରେ ଥିବା ଡାକ୍ତରଙ୍କୁ ଯଥାଶୀଘ୍ର ବରଖାସ୍ତ କରିବା ସହିତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଶୁଙ୍ଖଳାଗତ ଦୁଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ l ୪) ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ପ୍ରସ୍ତୂତି ବିଭାଗରେ ପାଞ୍ଚଜଣ ଡାକ୍ତର ନିଯୁକ୍ତି ଦିଆଯାଉ l ୫) ପୁଞ୍ଜୀକୁତ ରୋଗୀଙ୍କୁ ରକ୍ତ ଭଣ୍ଡାରରୁ ମାଗଣାରେ ରକ୍ତ ଦିଆଯାଉ l ୬) ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରୁ ଅନ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତକରଣ କରିବା ନିଷିଦ୍ଧ କରାଯାଉ l ୭) ରୋଗୀମାନଙ୍କର ସେବା ପାଇଁ କାର୍ଯ୍ଯସୂଚୀ ଅନୁଯାୟୀ ଆପଦକାଳୀନ ସେବା ନିମନ୍ତେ ସ୍ବତନ୍ତ୍ର କକ୍ଷ କରାଯାଉ l ଏହାପରେ ସେମାନେ ସେମାନଙ୍କର ଦାବୀପତ୍ର ଦେବା ନିମନ୍ତେ ଉପଖଣ୍ଡ ଡାକ୍ତରଖାନାରେ ଡପଖଣ୍ତ ଚିକିତ୍ସାଳୟ ମେଡିକାଲ ଅଫିସରଙ୍କୁ ଅପେକ୍ଷା କରିଥିଲେ l କିନ୍ତୁ ସେ ଭୟରେ ଲୁଚି ଡାକ୍ତରଖାନାରୁ ପଳାଇଥିଲେ l ଏଥିରୁ ପ୍ରତୟମାନ ହେଉଛି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ସେବା ସଠିକ ଭାବେ କରାଯାଉନାହିଁ l ଘୋର ଅନ୍ଯାୟ ଅବିଚାର କରାଯାଉଥିବା ସୂଚନା ମିଳୁଛି l ଏହାପରେ ଝାଡଖଣ୍ଡ ମୁକ୍ତି ମୋର୍ଚା କର୍ମୀଗଣ ଉପଜିଲ୍ଲାପାଳ କାର୍ଯ୍ଯାଳୟ କୁ ଯାଇ ସହଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l ଏହି ବିରାଟ ସମାବେଶ ରେ ମୁତ ନନ୍ଦିନୀ ନାଏକଙ୍କ ସ୍ବାମୀ ଶଙ୍କର ନାଏକ, ଜିଲ୍ଲା ସଭାପତି ଚନ୍ଦ୍ର ମୋହନ ପିଙ୍ଗୁଆ, ଉପସଭାପତି ଘନଶ୍ଯାମ ପିଙ୍ଗୁଆ, କୁଷ୍ଣଚନ୍ଦ୍ର କାରୁଆ, ଚନ୍ଦନ ମୁର୍ମୁ, ଲାଭ କିସ୍କୁ, ମନୋରାମ ମୁର୍ମୁ, ମେଘରାୟ ଟୁଡୁ, ନାରାନ୍ ମାଝୀ, ଅର୍ଜୁନ ମାଝୀ, ଭଗବତ ହାଁସଦାଃ, ଉଦୟନାଥ ସୋରେନ, ଶ୍ରୀତମ କୁମାର ଦାସ, ଜନରଂଜନ ପଟ୍ଟନାୟକ, ଗଇଶ୍ଯାମ ମୁର୍ମୁ, ଜାମ୍ବୀ ସାମଡ, ପାର୍ବତୀ କାରୁଆ, ବୁରସୁ ତିରିଆ, ବାସନ୍ତୀ ହେମ୍ବ୍ରମ ଓ ସାମବରି କେରାଇ ପ୍ରମୁଖ ଯୋଗ ଦେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment