BREAKING
Loading...
:

ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି.....*

 *ଆଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି.....*


 ଅଜି ବି ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହି ୮ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ନେଇଛି ୧୪ ଜୀବନ । କେବଳ କୋରାପୁଟରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ମୀପୁରରେ ଆଈ ନାତୁଣୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମିଳିଗୁଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଧର୍ମଶାଳାରେ ୨ଜଣ ନାବାଳକ ପ୍ରାଣ ହରାଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଗଁଦିଆ ବ୍ଲକରେ ୨ ଜଣଙ୍କର ଜୀବନ ଯାଇଛି । ବାଲେଶ୍ୱର ଜିଲ୍ଲା ସୋରରେ ଜଣେ ଶ୍ରମିକ ବଜ୍ରପାତରେ ଟଳି ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଓ ବେଲଗୁଣ୍ଠାରେ ୨ ଜଣଙ୍କର ଜୀବନ ନେଇଛି ବଜ୍ରପାତ । ଗଜପତି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ ନରସିଂହପୁରରେ ଜଣେ ନାବାଳକଙ୍କର ବଜ୍ରାଘାତରେ ଯାଇଛି ଜୀବନ । ସେପଟେ ରାଉରକେଲାରେ ବଜ୍ରପାତରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି । ସୀମାନ୍ତ ସରଣ୍ଡା ଜଙ୍ଗଲରେ ବଜ୍ରପାତର ଶିକାର ହୋଇଥିଲେ ୪ ଜଣ ସିଆରପିଏଫ ଯବାନ । ସେମାନଙ୍କ ମଧ୍ୟରୁ ଆଜି ଚିକିତ୍ସା ବେଳେ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ମୃତ ଯବାନ ଏମ.ପି.ସିଂହ । ସେ ସିଆରପିଏଫ ୨୬ ବାଟାଲିୟନରେ ଦ୍ୱିତୀୟ କମାଣ୍ଡ ଅଧିକାରୀ ଭାବରେ ନିଯୁକ୍ତ ଥିଲେ ।


*ଆକାଶରୁ ଖସୁଛି ମୃତ୍ୟୁ!*


ଓଡ଼ିଶାରେ ଗତ ୫ ବର୍ଷରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ

ଗତ ୫ ବର୍ଷରେ ମୟୂରଭଞ୍ଜରେ ସର୍ବାଧିକ ୧୩୪ ଜଣ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି

ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝରରେ ଶତାଧିକ ଲୋକଙ୍କ ଜୀବନ ନେଇଛି ବଜ୍ରାଘାତ

ସହର ଅପେକ୍ଷା ସହର ଉପକଣ୍ଠରେ ଅଧିକ ବଜ୍ରପାତ ହେଉଛି

ଖରାଦିନେ ଅପରାହ୍ନ ଓ ସନ୍ଧ୍ୟାରେ ଅଧିକ ମାତ୍ରାରେ ବଜ୍ରପାତ ହେଉଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS