କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଆବର୍ଜନା ପୃଥକୀକରଣ କେନ୍ଦ୍ର ଉଦଘାଟିତ
(ମଣିଭଦ୍ରା ଖବର) କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ତରଫରୁ ଭାଲୁଗୁଡା ଗ୍ରାମ ନିକଟରେ ଏକ ଆବର୍ଜନା ପୃଥକୀକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି, ଯାହାକୁ ସରପଞ୍ଚ ମଙ୍ଗଳା ମାଢୀ ଓ ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ ନଡିଆ ବାଡେଇ ଓ ରିବନ୍ କାଟି ଉଦଘାଟନ କରିଥିଲେ । କୁଡୁମୁଲୁଗୁମ୍ମାର "ମାଁ ଜଗଦମ୍ବା ସ୍ୱୟଂ ସହାୟିକା ଗୋଷ୍ଠୀକୁ" ଏହି କେନ୍ଦ୍ରଟିର ପରିଚାଳନା ଦାୟିତ୍ଵ ଦିଆଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟକୁ ଅଧିକ ସହଜ ଓ ଗତିଶୀଳ କରିବା ପାଇଁ ଗୋଟିଏ ବ୍ୟାଟେରୀ ଚାଳିତ ଆବର୍ଜନା ବୋହିବା ଅଟୋଗାଡି ସହ ଦୁଇଗୋଟି ମାନବ ଚାଳିତ ରିକ୍ସା ପ୍ରଦାନ କରାଯାଇଛି । ଉକ୍ତ ଗାଡି ଓ ରିକ୍ସା ଗୁଡ଼ିକ ପ୍ରତିଦିନ ସକାଳ ୮ ଟାରୁ ଗ୍ରାମର ବିଭିନ୍ନ ଛକ ସ୍ଥାନଗୁଡିକରୁ ଆବର୍ଜନା ଉଠାଇବା ସହ ଏହାକୁ ନେଇ ଭାଲୁଗୁଡା ଆବର୍ଜନା ପୃଥକୀକରଣ କେନ୍ଦ୍ର ଠାରେ ପହଞ୍ଚାଇବେ, ଯେଉଁଠି ଏହି ଆବର୍ଜନା ଗୁଡିକୁ ପୃଥକ୍ ପୃଥକ୍ କରାଯାଇ ସଠିକ ବିନିଯୋଗ ଉଦ୍ଦେଶ୍ୟରେ ରଖାଯିବ । କେନ୍ଦ୍ରର ପରିଚାଳନା ବାବଦରେ ସମସ୍ତ ଖର୍ଚ୍ଚ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯିବ ବୋଲିି ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଚନା ଦେଇଛନ୍ତି । ଏହି ଅବସରରେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ, ସରପଞ୍ଚ ମଙ୍ଗଳା ମାଢୀ, ନିର୍ବାହୀ ଅଧିକାରୀ ରେବତୀ ମାଝୀ, ବ୍ଲକ ସମ୍ବଳ ସ°ଯୋଜକ ସୁଶାନ୍ତ ସାହୁ, ସମାଜସେବୀ ସାଧୂ ହନ୍ତାଳ, ଭଗବାନ ସାହୁ, ଯୋଗାଣ ସହାୟକ ଦେବେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment