BREAKING
Loading...
:

ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା, ଶିକ୍ଷକ ନିଯୁକ୍ତି ଦାବୀନେଇ ବିଇଓ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ଗ୍ରାମବାସୀ

 ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା, ଶିକ୍ଷକ ନିଯୁକ୍ତି ଦାବୀନେଇ ବିଇଓ କାର୍ଯ୍ୟାଳୟର ଦ୍ବାରସ୍ଥ ହେଲେ ଗ୍ରାମବାସୀ



ଅତାବିରା/ବରଗଡ଼ (ମଣିଭଦ୍ରା ଖବର) 



    ଅତାବିରା ବ୍ଲକ ଅଧିନସ୍ଥ ବୁଗବୁଗା ପଂଚାୟତ ଜାମଟିକ୍ରା  ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଏଠାରେ ୭୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି କିନ୍ତୁ ଏଠାରେ ବର୍ତ୍ତମାନ ୩ ଜଣ ଶିକ୍ଷକ ଅଛନ୍ତି |ଆସନ୍ତା  ଜୁଲାଇ ମାସରେ ଜଣେ ଶିକ୍ଷକ ଅବସର ନେବେ ଯାହାଫଳରେ ଆଉ ମାତ୍ର ୨ ଜଣ ଶିକ୍ଷକ ରହିବେ ୨ ଜଣ ଶିକ୍ଷକ ୮ଟି ଶ୍ରେଣୀର ପାଠପଢାଇବା ଅସମ୍ଭବ ହୋଇପଡିବ |ତେଣୁ ଆଉ ଗୋଟିଏ ଶିକ୍ଷକ ନିଯୁକ୍ତି ପ୍ରଦାନ କରିବା ପାଇଁ ସୋମବାର ପୂର୍ବାହ୍ନ ସମୟରେ  ଜାମଟିକ୍ରା ଗ୍ରାମବାସୀ ଅତାବିରା ବିଇଓ କାର୍ଯ୍ୟାଳୟକୁ ଆସି ବିଇଓ ରତ୍ନମୟୀ ପୁରୋହିତ କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି |ଏ ସମ୍ପର୍କରେ ବିଇଓଙ୍କୁ ପଚାରିବାରୁ ସେ କହିଲେ ଜୁଲାଇ ମାସ ଭିତରେ ଶିକ୍ଷକ ନିଯୁକ୍ତି ଦିଆଯିବ ପାଠପଢାରେ କୌଣସି ଅସୁବିଧା ହେବ ନାହିଁ |ଦାବିପତ୍ର ଦେବା ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ତ୍ରିପାଠୀ,ସଭ୍ୟା ଜେମାବତୀ ନାଗ,ଡୋଲାବତୀ କର୍ମୀ,କଲ୍ୟାଣୀ ଠାଠୀ,ସଭ୍ୟା ତ୍ରିପାଠୀ,ନୀଲାବତୀ କଠାର,ଶାନ୍ତିଲତା କଠାର ପ୍ରମୁଖ ଉପସ୍ତିତ ଥିଲେ |

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS