BREAKING
Loading...
:

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଓଡ଼ିଆ ଝିଅ ରିତିକା ରଥ

 ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଓଡ଼ିଆ ଝିଅ ରିତିକା ରଥ

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି। ରାଜ୍ୟର ଅନ୍ୟତମ ପ୍ରତିଭା ଦେବିକା ପ୍ରିୟଦର୍ଶିନୀଙ୍କୁ ୯୫ତମ ରାଙ୍କ ମିଳିଥିବା ବେଳେ ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ ରହିଛନ୍ତି।


ସେହିପରି ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍‌ରେ ଅନୁପ ନାୟକ ରହିଛନ୍ତି। ସେହିପରି ୪୧୪ରେ ପଦ୍ମନାଭ ମିଶ୍ର, ୪୧୬ରେ ପ୍ରଶାନ୍ତ ମିଶ୍ର, ୪୨୮ରେ ଧୃତିରାଜ ମିଶ୍ର, ୪୪୩ରେ ଅଙ୍କିତା ରଥ, ୫୩୫ରେ କୌଶିକ ମିଶ୍ର, ୫୬ରେ ସମରନ ସାହୁ, ୮୪୦ରେ ରିଶିତା ଦାଶ, ୯୭୧ରେ ଗୋପୀନାଥ ସାହୁ, ୯୮୭ରେ ଆଦିତ୍ୟ ବେହେରା ଓ ୯୯୪ରେ ଅନ୍ନପୂର୍ଣ୍ଣା ମିଶ୍ର ଅଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS