BREAKING
Loading...
:

ମକା ଚାଷୀଙ୍କ ନାମରେ ମହା ଘୋଟଲା ହୋଇଥିବା ସୂଚନା

 



(ମଣିଭଦ୍ରା ଖବର) ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକରେ ମକା ଚାଷୀଙ୍କ ନାମରେ ମହା ଘୋଟଲା ହୋଇଥିବା ସୂଚନା ମିଳିଛି । ସୂଚନାନୁଯାଇ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡ଼ା ପଞ୍ଚାୟତ ବାଇଗଣବାଡି ଗ୍ରାମରେ ୫କୋଟି ୩୬ ଲକ୍ଷ ଟଙ୍କାର ପ୍ରକଳ୍ପ ଦେଖାଇବା ସହ ୧୨୦୦ ମକା ଚାଷୀଙ୍କର ମିଥ୍ୟା ତଥ୍ୟ ପଞ୍ଜିକରଣ କରି ଚାଲିଛି ମହାଘୋଟଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି ଦୁଇ ଭାଗୁଆଳି । ଅନ୍ୟପକ୍ଷରେ ପକୃତ ଚାଷୀକୁ ଏଥିରୁ ବାଦ ଦେଇ ନିଜ ପରିବାର ଏବଂ ନିଜର ଅତି ଘନିଷ୍ଟ ବନ୍ଧୁଙ୍କୁ ନେଇ ଏକ କମିଟି ଗଠନ କରି ସରକାରି ଅର୍ଥ ୪୦ ପ୍ରତିଶତ ଛାଡ଼ ଟଙ୍କା ଲୁଟିବା ଆଶାରେ କୋଟି କୋଟି ଟଙ୍କାର ମହାଘୋଟଲା କରିବା ପାଇଁ ପଛେଇନାହାନ୍ତି କୁକୁଡ଼ାଖଣ୍ଡି ବ୍ଲକର ଜଣେ ପୂର୍ବତ୍ତନ ସମିତି ସଭ୍ୟ । ଏବଂ ନିଜର ସ୍ବାର୍ଥ ପାଇଁ ନିଜ ଜମିକୁ ରାସ୍ତା ନିର୍ମାଣ ସକାଶେ ନିଜ ପାଣ୍ଠିରୁ ସରକାରି ରାସ୍ତା ନିର୍ମାଣ କରି ପ୍ରକଳ୍ପ ତିଆରି କରିଛନ୍ତି । ପ୍ରାୟ ସମୟରେ ଏଠାରେ ତାଲା ଝୁଲୁଥିବା ବେଳେ କୌଣସି କୃଷି ଭିତ୍ତିକ ଶ୍ରମିକ ଉପକୃତ ହେବାର ନଜିର ରହୁନି । ପ୍ରକୃତ ଶ୍ରମିକ କେତେ ଉପକୃତ ହେଉଛନ୍ତି ତାହା ସମୟ କହିବ ! କିନ୍ତୁ ସରକାରି ଅର୍ଥ ଛାଡ଼ ପାଇବା ଆଶାରେ ଜଣେ ପୂର୍ବତ୍ତନ ବିଜେଡ଼ି ସମର୍ଥିତ ସମିତି ସଭ୍ୟଙ୍କ ମହାଘୋଟଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ନ୍ୟାୟ ହୋଇଛି I ଏଥିରେ ଭୁବନେଶ୍ୱର କିଟ୍ ସମେତ କଳିଙ୍ଗ ଯୁବକ ସଙ୍ଘର ନାମ ସାମ୍ନାକୁ ଆସୁଛି I ଏଥିରେ କଳିଙ୍ଗ ଯୁବକ ସଙ୍ଘର ଭୂମିକା କଣ ରହିଛି ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ କେତେ ପରିମାଣର ଅର୍ଥରାଶିରେ କିଣାବିକା ହେଇଛି ଏହି ଯୁବକ ସଙ୍ଘ I ଅନ୍ୟପକ୍ଷରେ କୁକୁଡାଖଣ୍ଡି ବ୍ଲକରେ କେହି ମକା ଚାଷୀ ନଥିବା ବେଳେ ୧୨୦୦ ମକ୍କା ଚାଷୀ ଆସିଲେ କେଉଁଠୁ ! ସରକାର ଏହି ମକ୍କା ଚାଷ ପାଇଁ ୪୯୦ କୋଟି ଟଙ୍କା ଅନୁମତି ଦେଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀମାନେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS