BREAKING
Loading...
:

ସେଞ୍ଚୁରିଆନରେ ବିଶ୍ଵ ପୃଥିବୀ ଦିବସ ପାଳିତ

 ସେଞ୍ଚୁରିଆନରେ ବିଶ୍ଵ ପୃଥିବୀ ଦିବସ ପାଳିତ ।

ରାୟଗଡ଼ା, ୨୨/୦୪/୨୫: ରାୟଗଡ଼ା ସହର ଇନ୍ଦ୍ରରା ନଗର ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ବିଶ୍ଵ ପୃଥିବୀ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀମାନେ ଏକ ଶୋଭଯାତ୍ରାରେ ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ , ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ସହରାଞ୍ଚଳ ଚିକିତ୍ସାଲୟ ଦେଇ ସେଞ୍ଚୁରିଆନ ପବ୍ଲିକ ସ୍କୁଲକୁ ଫେରିଥିଲେ। ପୃଥିବୀ କୁ ସ୍ୱଚ୍ଚ ଓ ସୁରକ୍ଷିତରଖିବା ସମ୍ପର୍କରେ ଜନସାଧାରଙ୍କୁ ସଚେତନ କରିବା ଏହି ଶୋଭାଯାତ୍ରା ର ମୂଖ୍ୟ ଉଦେଶ୍ୟ ଥିବା ବେଳେ ଏଥିରେ ଛାତ୍ରଛାତ୍ରୀ ମାନେ ପୃଥିବୀର ସୁରକ୍ଷା ସମ୍ପର୍କରେ ସ୍ଲୋଗନ୍ ଦେଇ ଓ ହାତରେ ପ୍ଲାକ କାର୍ଡ ଧରି ଜନସାଧାଣଙ୍କ ମଧ୍ୟରେ ସଚତନତା ସୃଷ୍ଠି କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରିଣୀ ସସ୍ମିତା ମହାନ୍ତି, ଉପଅଧ୍ୟକ୍ଷ ତପନ କୁମାର କଳସୀଙ୍କ ଅଧ୍ୟକ୍ଷତାରେ ଆୟଜିତ ହୋଇଥିବା ବେଳେ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ। ସେହଭଳି ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀମାନେ ଏକ ଶୋଭଯାତ୍ରା ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS