ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଗଣିଆ )ମଣିଭଦ୍ରା ଖବର) ଗଣିଆ ବ୍ଳକ ଆଡକଟା ପିତାବଳୀ ଉ.ପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରମୋଦ ପ୍ରଧାନଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା,ଆଡକଟା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ମହାଳିକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଉପସ୍ଥିତ ଥିଲେ । ବିଦ୍ୟାଳୟ ତରଫରୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକତା ଜୀବନରେ ସେ ଛାଡି ଯାଇଥିବା ଅନେକ ଉଦାହରଣ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲ । ସେ ଛାତ୍ର ଛାତ୍ରୀ ମାନଙ୍କୁ ଅତ୍ୟନ୍ତ ସ୍ନେହ,ଶ୍ରଦ୍ଧା କରୁଥିଲେ । ଶିକ୍ଷକ ବାମନ ଚରଣ ବାରିକି ମଞ୍ଚ ପରିଚାଳନା କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment