ସୌର୍ଯ୍ୟ ଜାଗରଣ ଯାତ୍ରା ଅନୁଷ୍ଠିତ
ପଶ୍ଚିମବଙ୍ଗ (ମଣିଭଦ୍ରା ଖବର) ମୁର୍ଶିଦାବାଦ ଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ତୀବ୍ର ବିରୋଧ କରିଛି ରାୟଗଡା ବଜରଙ୍ଗ ଦଳ l ଏହି ଅବସରରେ ଆଜି ସୌର୍ଯ୍ୟ ଜାଗରଣ ଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ମୁଖ୍ୟ ବଜାର ଦେଇ ନଗର ପରିକ୍ରମାରେ ପ୍ରଭୁ ଶ୍ରୀ ରାମଙ୍କ ଜୟ ଧ୍ୱନୀ କରି ଇନ୍ଦିରା ନଗର ସ୍ଥିତ ରାଧା କୃଷ୍ଣ ମନ୍ଦିର ଠାରେ ପହଂଚିଥିଲା l ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ ବଜରଙ୍ଗ ଦଳ ପକ୍ଷରୁ ଏହି ଜାଗରଣ ଯାତ୍ରାରେ ଶହ ଶହ ହିନ୍ଦୁ ପ୍ରେମୀ ଓ ବଜରଂଗୀ କର୍ମୀ ଭାଗ ନେଇଥିଲେ l ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରି ହିନ୍ଦୁ ଭାଇମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରାଯାଇଥିଲା l ସେହିଭଳି ରାୟଗଡା ସହର ଓ ଏହାର ଆଖପାଖ ଅଂଚଳରେ ବାଂଲାଦେଶୀ ରୋହିଙ୍ଗିଆ ଆସି ବିଭିନ୍ନ ଅନୈତିକ କାର୍ଯ୍ୟ କଳାପ ଚଳାଇଛନ୍ତି l ବର୍ତମାନ ଠାରୁ ଯଦି ସେମାନଙ୍କୁ ପ୍ରତିରୋଧ କରାନଯିବ ତେବେ, ଭବିଷ୍ୟତରେ ରାୟଗଡା ଠାରେ ମଧ୍ୟ ମୁର୍ଶିଦାବାଦ ଭଳି ସ୍ଥିତି ଉପୁଜିବାରେ ବିଳମ୍ବ ହେବନାହିଁ ବୋଲି ଦଳ ପକ୍ଷରୁ ହିନ୍ଦୁ ଏକ ହେବା ପାଇଁ ନିବେଦନ କରିଥିଲେ l ସୌର୍ଯ୍ୟ ଜାଗରଣ ଯାତ୍ରାକୁ ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ ଉପସଭାପତି ପ୍ରଫୁଲ ପାତ୍ର, ବିଏଚପି ରାୟଗଡା ଜିଲ୍ଲା ସମ୍ପାଦକ କେ .ରମେଶ ନଗର ସଭାପତି ଗୋପୀ ବ୍ରହ୍ମା, ସହ ସମ୍ପାଦକ ଗୋପୀନାଥ ଗୌଡ଼, ବଜରଙ୍ଗ ଦଳ ରାୟଗଡା ନଗର ପ୍ରମୁଖ ସସ୍ୟଜ୍ୟୋତି ବେହେରା, କର୍ମୀ କେ ରାଜେଶ ବାବୁ, ଆଇନଜୀବୀ ଅରୁଣ ଲେଙ୍କା, ବିରଜା ପାତ୍ରଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ପ୍ରଚାର ପ୍ରସାରକ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment