ଖଣ୍ଡପଡ଼ାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ପରିସରରେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଖଣ୍ଡପଡ଼ା ବିଡିଓ ଅଙ୍କୁର ଅଭିଳାଷଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ୬ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଉଜ୍ଜଳ ମହାରଣା, ସାଂସଦଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଁ, ଏବିଡିଓ ଝାଡେଶ୍ଵର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏ ଅବସରରେ ବିଭିନ୍ନ ପଞ୍ଚାୟତରୁ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ନୂତନ ରାସନ କାର୍ଡ ପାଇ ହିତାଧିକାରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଦୀର୍ଘ ଦିନ ପରେ ରାସନ କାର୍ଡଟିଏର ସ୍ଵପ୍ନ ସାକାର ହୋଇଥିବା ପ୍ରତିକ୍ରିୟା ଦେଇଛନ୍ତି। କାର୍ଯ୍ୟକ୍ରମକୁ ଜିପିଇଓ ଅନିତ କୁମାର ବଡସେଟ ପରିଚାଳନା କରିଥିବା ବେଳେ ୨୨ ପଞ୍ଚାୟତରୁ ମିଶନ ଶକ୍ତି ମହିଳା, ଏସଏଚଜି ମହିଳା ତଥା ଲୋକପ୍ରତିନିଧି ସାମିଲ ହୋଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment