ଐତିହାସିକ ଧବଳେଶ୍ଵର ଶୈବ ପୀଠରେ ମନ୍ଦିର ସି ସି ଟିଭି ତାଲା ଭାଙ୍ଗି ଚୋରି ଉଦ୍ୟମ ନେଇ ତୀବ୍ର ପ୍ରତିକ୍ରିୟା, ପୋଲିସ ତଦନ୍ତ ଆରମ୍ଭ ।
ବଲାଙ୍ଗୀର/ଟିଟିଲାଗଡ, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ର ପ୍ରସିଦ୍ଧ ଐତିହାସିକ ଶୈବ ପୀଠ ରେ ସିସି ଟିଭି କ୍ୟାମେରା ଭାଙ୍ଗି ଚୋରି ଉଦ୍ୟମ କରିବା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ଦିର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଛି ଦୁର୍ବୃତ୍ତ ମିଳିତ ଭାବେ ଏହି ଧବଳେଶ୍ଵର ଶୈବ ପୀଠ ପାଚେରୀ ଡେଇଁ ସିସି ଟିଭି କ୍ୟାମେରା ଭାଙ୍ଗି ମନ୍ଦିର ସ୍ବତନ୍ତ୍ର ସାମଗ୍ରୀ ରହୁଥିବା କୋଠରୀ ତାଲା ଭାଙ୍ଗି ଥିବା ଅଭିଯୋଗ ହୋଇଛି । ଏହି ପୀଠ ରେ ବିଭିନ୍ନ ସମୟ ରେ ଛୋଟ,ବଡ ଚୋରି ଘଟି ଚାଲିଥିବା ବେଳେ ଏ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଘଟଣା ର ସବିଶେଷ ଖୋଳ,ତାଡ଼ ଆରମ୍ଭ କରି ଥିବା ବେଳେ ଅନେକ ତଥ୍ୟ ହସ୍ତଗତ କରି ପାରିଥିବା ସୂଚନା ମିଳିଛି । ତଦନ୍ତ ରେ ବ୍ୟାଘାତ ନ ଘଟୁ ଏଣୁ ତାହା ଭିତ୍ତି ନ କରି ଗୋପନୀୟ ଭାବେ ବିଭାଗୀୟ ପୋଲିସ ଟିମ ଘଟଣା ର ସର ଜମିନ ତଦନ୍ତ ଆରମ୍ଭ କରି ଥିବା ପ୍ରକାଶ ପାଇଛି । ସେହିଭଳି ମନ୍ଦିର ସୁରକ୍ଷା ଦୃଷ୍ଟି ରୁ ପୋଲିସ ତାଲା ଦେବା ଓ ବିଭିନ୍ନ ଗେଟ ରାସ୍ତା ସ୍ବତନ୍ତ୍ର ଅବରୋଧ କରିବା ନେଇ ତର୍ଜମା କରାଯାଇଛି । ଏହି ମନ୍ଦିର ରୁ ରାତି ପ୍ରାୟ ୧୨ ଘଣ୍ଟା ରୁ ୧ ଘଣ୍ଟା ସମୟ ପର୍ଯ୍ୟନ୍ତ ସି ସି ଟିଭି ଭାଙ୍ଗି ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣା ଯାଇଛି । କେତେ ପରିମାଣ ରେ କିଛି ଚୋରି ହୋଇଛି ନାଁ ନାହିଁ ,ତଥା କେଉଁ ମାନେ କଣ ଚୋରି ଉଦ୍ୟମ ରେ ଆସି ଥିଲେ ସେ ନେଇ ତଦନ୍ତ ଦୃଷ୍ଟିରୁ ପ୍ରକାଶ କରାଯାଇ ନାହିଁ । ଏହି ଚୋରି ନେଇ ଉକ୍ତ ଅଭିଯୁକ୍ତ ଙ୍କୁ ଠାବ କରିବା ନେଇ ବିଭିନ୍ନ ଶ୍ରଦ୍ଧାଳୁ ଭକ୍ତ ତଥା ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment