BREAKING
Loading...
:

ଭାରତ ପ୍ରସିଦ୍ଧ ଦଶପଲ୍ଲା ରାମଲୀଳା , ଅଭିନୀତ ହେଲା ମାୟାମୃଗ ଓ ସୀତାଚୋରୀ

 ଭାରତ ପ୍ରସିଦ୍ଧ ଦଶପଲ୍ଲା ରାମଲୀଳା ,  ଅଭିନୀତ ହେଲା ମାୟାମୃଗ ଓ ସୀତାଚୋରୀ

ଦଶପଲ୍ଲା : -  (ଶିବାନୀ ଦୀପାଞ୍ଜଳୀ): ଭାରତ ପ୍ରସିଦ୍ଧ ଐତିହାସିକ, ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଅବସରରେ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରରେ ଦିନବେଳା ସୀତାହରଣ ନୀତି ଅନୁଷ୍ଠିତ ହୋଇଥିଲାବେଳେ ମୁଖ୍ୟ ନାଟ୍ୟ ମଣ୍ଡପ ଓ ଅନତି ଦୂର ମୁକ୍ତାକାଶ ରଙ୍ଗମଞ୍ଚରେ ଆଜି ସଂଧ୍ୟାରେ ଶ୍ରୀରାମଲୀଳାଭିନୟ ନିର୍ଣ୍ଣାୟକ  ସୋପାନରେ ପହଞ୍ଚିଛି । ପଞ୍ଚବଟିରେ ବନ ଭ୍ରମଣ ସମୟରେ ଦୈତ୍ୟ ରାବଣର ଭଗିନୀ ସୂପନଖା ଶ୍ରୀରାମଙ୍କ ପୌରୁଷତ୍ବରେ ଆକର୍ଷିତ ହୋଇ ପ୍ରଭୂ ଶ୍ରୀରାମଙ୍କୁ ପ୍ରେମ ନିବେଦନ ସହିତ ବିବାହ ପ୍ରସ୍ତାବ ଦିଏ । ପ୍ରଭୂପଦ ସେବକ ଅନୁଜ ଲକ୍ଷ୍ମଣ, ରାକ୍ଷସୀ ର ଏହି ଅକ୍ଷମଣୀୟ କାର୍ଯ୍ୟରେ ପ୍ରତିକ୍ରିୟାଶୀଳ ହୋଇ ରାକ୍ଷସୀର ନାସା କଣ୍ଠ ଛେଦନ କରନ୍ତି ଓ ଭଉଣୀ ଅପମାନରେ ଉତକ୍ଷିପ୍ତ ଭ୍ରାତା ରାବଣ ପ୍ରତିଶୋଧ ପରାୟଣ ହୋଇ ମାରୀଚକୁ ମାୟାମୃଗ ଭାବରେ ପ୍ରେରଣ କରି ପ୍ରଭୂ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣଙ୍କୁ ଅନତି ଦୂରକୁ ନେଇଯାଏ । ଏହି ଅବସରରେ ପଞ୍ଚବଟୀରୁ ସୀତାଙ୍କୁ ମାୟାଯତି ବେଶରେ ଛଳନା ପୂର୍ବକ ଅପହରଣ କରି ପୁଷ୍ପକ ବିମାନରେ ଲଙ୍କା ଅଭିମୁଖେ ଅଗ୍ରସର ହୁଏ । ଆକୁଳ କୁନ୍ଦନରତା ସୀତା ନିଜେ ପିନ୍ଧିଥୁବା ଗହଣା ଗୋଟି ଗୋଟି କରି ତଳକୁ ନିକ୍ଷେପ କରନ୍ତି ଓ ପକ୍ଷୀରାଜ ଜଟାୟୁ ତଥା ଦଶରଥଙ୍କ ମୈତ୍ର ରାବଣର ପଥ ଅବରୋଧ କରନ୍ତେ ପରାକ୍ରମୀ ରାବଣ ଚନ୍ଦ୍ରହାସ ଖଡ୍‌ଗରେ ଜଟାୟୁଙ୍କ ପକ୍ଷଛେଦନ କରେ । ତଥାପି ସୀତାଙ୍କ ଆଶୀର୍ବାଦରେ ଜଟାୟୁ ବଞ୍ଚି ରହି ଶ୍ରୀରାମଙ୍କୁ ସୀତା ଅପହରଣର ବାର୍ଭା ଦେଇ ଦେହତ୍ୟାଗ କରନ୍ତି । ଆଳିର ନୀଳାଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମନମୁଗ୍ଧକରା ହୋଇଥିଲା । ଆଳିର ମୂଖ୍ୟ ଆକର୍ଷଣ ହେଲା ମୁଖ୍ୟ ମଣ୍ଡପ

ନିକଟରେ ରାବଣ ପୂଜନ ବିଧି ପଣାଭୋଗ ଓ ସୁଦୃଶ୍ୟ, ସୁ – ସଜ୍ଜିତ ୩୫ ଫୁଟ ଉଚ୍ଚତା ବିଶିଷ୍ଟ କାଷ୍ଠ ନିର୍ମିତ ବିଂଶବାହୁ ଦଶମୁଖ ବିଶିଷ୍ଠ ଚ଼ଳତ୍ କ୍ଷମ ରାବଣ ଓ ପୁଷ୍ପକ ବିମାନ ଓ ଏହା ପ୍ରଥମ ଶ୍ରେଣୀ ଭାରଦଣ୍ଡ ତତ୍ତ୍ବରେ ପର୍ଯ୍ୟବେଶିତ ତତ୍କାଳୀନ ପ୍ରଯୁକ୍ତି ବିଦ୍ୟା ଅନନ୍ୟ ଓ କଳା କାରିଗରୀର ଉକୃଷ୍ଟ ପ୍ରମାଣ ବହନ କରେ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS