ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ, ଅସହାୟ ମହିଳା ଗୋଷ୍ଠି
ରଣପୁର ( ରୀନା ସାହୁ), ତା ୨୦/୦୪/୨୦୨୫, ଗତ ୨୧ ମାର୍ଚ୍ଚରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଲୋଧାଚୂଆ ପଂଚାୟତର ଅଡାଲ ଗ୍ରାମର କିଛି ଦୁବୃର୍ତ୍ତ ଜୋର୍ ଜବରଦସ୍ତ, ସେହି ଗ୍ରାମର ମହିଳା ଏସ ଏଚ୍ ଜି "ମା ମଙ୍ଗଳା ମହିଳା ବିକାଶ ଗୋଷ୍ଠୀ" ପାଞ୍ଚ ବର୍ଷ ପାଇଁ ଲିଜ୍ ସୂତ୍ରରେ ମାଛ ଚାଷ ନିମିତ୍ତ ନେଇଥିବା ବାଞ୍ଛା ବନ୍ଧରୁ ମାଛ ଚୋରୀ କରୁଥିବା ନେଇ ରଣପୁର ଥାନାରେ ୧୩ ଜଣଙ୍କ ନାମରେ ୯୦/୨୦୨୫ କେଶ ନମ୍ବରରେ ଅଭିଯୋଗ ହୋଇଥିଲା । ଯାହାକି ବିଭିନ୍ନ ପ୍ରମୁଖ ଗଣ ମାଧ୍ୟମ ପତ୍ରିକାରେ ପ୍ରକାଶିତ ଓ ଇଲେ୍ଟ୍ରୋନିକ୍ସ ମିଡିଆରେ ପ୍ରସାରଣ ହୋଇଥିଲା। ରଣପୁର ପୋଲିସ ଏଫ୍ ଆଇ ଆର ରଜୁ କରି ଆସାମୀ ମାନଙ୍କୁ ଧରିବା ପରିବର୍ତ୍ତେ କ୍ରିୟା ଶୁନ୍ୟ ହୋଈ ବସି ପଡ଼ିବାରୁ , ପାଲଟା ମହିଳା ଗ୍ରୁପ୍ ସଦସ୍ୟା ଓ ତାଙ୍କ ପରିବାର ଲୋକଙ୍କ ନାମରେ ଉକ୍ତ ବ୍ୟକ୍ତି ମାନେ ମିଥ୍ୟା ଅଭିଯୋଗ କରିବାରୁ ଗତ ୭ ଏପ୍ରିଲ୍ ରେ କେସ ନମ୍ବର ୧୦୪ / ୨୦୨୫ ରେ ରକୁ ହୋଇଥିବା ଜଣା ପଡିଛି । ତେଣେ ମାଛ ଚୋରୀ କରିଥିବା ଅଭିଯୁକ୍ତ ମାନେ ପୋଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ଉକ୍ତ ଏସ ଏଚ୍ଚ ଜି ମହିଳା ପରିବାର ଗୁଡ଼ିକୁ ଗ୍ରାମରୁ ଅଲଗା ରହିବାକୁ ବାସନ୍ଦ କରିବାକୁ ନେ଼ଇ ରଣପୁର ଥାନାରେ ପୁନଶ୍ଚ ଅଭିଯୋଗ ହୋଇଥିବା ଜଣା ପଡିଛି । ଉକ୍ତ ପରିବାର ସଦସ୍ୟ ମାନେ ଗ୍ରାମର କୌଣଷି ଆନୁଷ୍ଠାନିକ କାର୍ଯ୍ୟ, ବିବାହ, ବ୍ରତ, ମେଳା ମହୋତ୍ସବ, ଆଦିରେ ଗ୍ରାମ ବାସୀଙ୍କ ସହ ଯୋଗ ଦେଇ ପାରିବେ ନାହିଁ, ଗ୍ରାମର କୌଣସି ଦୋକାନରୁ ସଉଦା କିଣା ବିକା କରି ପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ସେମାନଙ୍କ ସହ ମୀଳା ମିଶା କରନ୍ତି ସେମାନଙ୍କୁବି ବାଛନ୍ଦ କରାଯିବା ପାଈଁ ଗ୍ରାମବାସୀ ମାନଙ୍କୁ ଧମକ ମିଳିଥିବା ଅଭିଯୋଗ ହୋଇଛି । ଇତି ମଧ୍ୟରେ ଏସ ଏଚ୍ଚ ଜି ମହିଳା ପରିବାର ମାନଙ୍କ ସହ ମିଲା ମିଶା କରି ଚାଲୁଥିବାରୁ ଗ୍ରାମ ସଭା ଡାକି ଗ୍ରାମର ଦୁଇ ଜଣ ବ୍ୟକ୍ତି ବୃନ୍ଦାବନ ବେହୁରା ଓ ମନୋରଂଜନ ବେହୁରା ଙ୍କୁ ୧୦୦୦ ଓ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଥିବା ଅଭିଯୋଗ ହୋଇଛି । ଯଦି ସେମାନେ ପୁନର୍ବାର ମିଳାମିଶା କରନ୍ତି ସେମାନଙ୍କୁ ଗ୍ରାମରୁ ବାହାର କରିବା ପାଇଁ ଧମକ ମିଳିଥିବା ଅଭିଯୋଗକାରୀ ମନୋରଂଜନ ବେହୁରା ଓ ବୃନ୍ଦାବନ ବେହୁରା ପ୍ରକାଶ କରିଛନ୍ତି । ବ୍ୟାଙ୍କରୁ ଋଣ ଆଣି, ମାଛ ଚାଷ କରି ସ୍ବାବଲମ୍ବୀ ହେବାକୁ ଆଶା କରି ଥିବା ଏସ ଏଚ୍ଚ ଜି ମହିଳା ମାନେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଥାନାର ଦ୍ୱାରସ୍ଥ ହୋଇ ଏବେ ପାଲଟା ମିଥ୍ୟା କେଶ ସେମାନଙ୍କ ବିରୋଧରେ ହୋଇଥିବାରୁ ଗରିବ ମହିଳା ମାନେ ନିଜକୁ ଅସହାୟ ଓ ଅସୁରକ୍ଷିତ ମଣୁଥିବା ଜଣା ପଡିଛି । ତେଣେ କୁଳାସର ଗ୍ରାମର ଜଣେ ଅସହାୟ ମହିଳା ଟୁକୁନା ସେଠୀକୁ ସେହି ଗ୍ରାମର କିଛି ଲୋକ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣକୁ ନେଇ ଗଣ୍ଡଗୋଳ କରି ମୁଣ୍ଡ ଫଟେଇ ରକ୍ତାକ୍ତ କରି ଦେଇ ଥିଲେବୀ ରଣପୁର ପୋଲିସ ତରଫରୁ କେବଳ ଇନକ୍ୱାରି କରୀ ଦେଇ କୌଣଷି କାର୍ଯ୍ୟନୁଷ୍ଠାନ ନଥିବାରୁ ଟୁକୁନା ସେଠୀ ଭୟଭୀତ ଅବସ୍ଥାରେ ରହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ଆଇ ଆଇ ସି ଆଶିଷ ଦେବ ସାହୁଙ୍କ କହିବା ଅନୁଯାୟୀ ଯେହେତୁ ଟୁକୁନା ସେଠୀଙ୍କ କେଶ ଡି ଏସ ପି ସ୍ଥରରେ ଇନକ୍ୱାରୀ ଚାଲିଛି, ସେଥିରେ ତାଙ୍କର କିଛି କହିବାର ନାହିଁ। ଅଡାଲ ଗ୍ରାମର ମାଛ ଚୋରୀ କେଶ ରାଜ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାଁନ୍ତି ଇନଭେଷ୍ଟିଗେସନ ଅଫିସର ଅଛନ୍ତି, ସେ ଯାହା କରିବେ । ତେଣେ କିନ୍ତୁ ଅଡାଲ ଗ୍ରାମରେ କାଙ୍ଗାରୁକୋର୍ଟର ମାତ୍ରା ବଢ଼ି ଯିବାରୁ କିଛି ଗ୍ରାମ ବାସୀଙ୍କ ଭାଇଚାରା ଉପରେ ପ୍ରତିବନ୍ଧକ ହେବା ସହ ଅସହ୍ୟ ହେଉଥିବା ଅଭିଯୋଗ ହେଉଛି । ଉକ୍ତ ମହିଳା ଏସ ଏଚ୍ଚ ଜି ସଦଦ୍ୟା ମାନେ ବର୍ତମାନ ଆର୍ଥିକ, ମାନସିକ କ୍ଷତି ଗ୍ରସ୍ଥ ହେବା ସହ, ଭୟଭିତରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି।ଖୋଦ୍ ରଣପୁର ବିଧାୟିକା ନିଜେ ଜଣେ ମହିଳା ବାଚସ୍ପତି ହୋଇ ଥିବାରୁ, ଏହି ମହିଳା ମାନେ ଆଗାମୀ ଦିନରେ କିଭଳି ନ୍ୟାୟ ପାଉଛନ୍ତି, ସାଧାରଣରେ ଦେଖିବାକୁ ଉତ୍କଣ୍ଠା ଜାଗ୍ରତ ହୋଇଛି। ଶୁଣିବାକୁ ମିଳୁଛି ଉଭୟ କୁଳାସରରେ ଆକ୍ରମଣକାରି ଓ ଅଡାଲ ବାଞ୍ଛାବନ୍ଧରୁ ମାଛ ମାରିଥିବା ଅଭିଯୁକ୍ତ ମାନେ ବିଜେପି ସମର୍ଥକ ହୋଈ ଥିବାରୁ ପ୍ରଶାସନ ଘଣ୍ଟ ଘୋଡେ଼ଇ ରଖିଛି, ଯାହା ଫଳରେ ରଣପୁର ପୋଲିସ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଳମ୍ବ କରୁଛି ।
ମଣିଭଦ୍ରା ଖବର, ରଣପୁର
إرسال تعليق